Categories: ଜାତୀୟ

ଗରିବ, କୃଷକଙ୍କୁ ମାଗଣାରେ ବିଜୁଳି

ରାଞ୍ଚି,୩।୩: ଝାଡଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଏକ ବଡ ଘୋଷଣା କରିଛି । ରାଜ୍ୟର ସମସ୍ତ ଗରିବ ପରିବାର ଏବଂ କୃଷକମାନଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଗୁରୁବାର ଝାଡ଼ଖଣ୍ଡ ବିଧାନସଭାରେ ଅର୍ଥମନ୍ତ୍ରୀ ରମେଶ୍ୱର ଉରଁାବ ବିଧାନସଭାରେ ତୃତୀୟ ଥର ପାଇଁ ହେମନ୍ତ ସରକାରଙ୍କ ବଜେଟ ଉପସ୍ଥାପନ କରିଥିଲେ। ଏଥିରେ ରାଜ୍ୟରେ ସମସ୍ତ ଗରିବ ପରିବାର ଏବଂ କୃଷକଙ୍କୁ ରାଜ୍ୟ ସରକାର ମାଗଣାରେ ବିଜୁଳି ଯୋଗାଇ ଦେବେ । ଏନେଇ ଅର୍ଥମନ୍ତ୍ରୀ ରାମେଶ୍ୱର ଓରାଁବ ୧ ଲକ୍ଷ କୋଟି ଟଙ୍କାର ଏକ ବଜେଟ ଆଗତ କରିଛନ୍ତି।

ବଜେଟରେ ଝାଡ଼ଖଣ୍ଡ ସରକାର ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷିକୁ ପ୍ରାଧାନ୍ୟ ଦେଇଛନ୍ତି । ଏପରି କି ରାଜ୍ୟର ସମସ୍ତ ଗରିବ ପରିବାର ଓ କୃଷକମାନଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ରାମେଶ୍ୱର କହିଛନ୍ତି, ରାଜ୍ୟର ପ୍ରତି ଗରିବ ପରିବାର ଓ କୃଷକମାନଙ୍କୁ ମାସିକ ୧୦୦ ୟୂୁନିଟ ପର୍ଯ୍ୟନ୍ତ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ଚଳିତ ବଜେଟରେ କୃଷକମାନଙ୍କ ପାଇଁ ୨୫ କୋଟି ଟଙ୍କାର ଏକ ସହାୟତା ପାଣ୍ଠି ଗଠନ କରାଯାଇଛି।

 

Share