ନାଇଟ୍‌ ପାର୍ଟି ପାଇଁ ସରକାର ଦେଉଛନ୍ତି ଲକ୍ଷାଧିକ ଟଙ୍କା, ଏବେ ବିବାଦରେ

ଲଣ୍ଡନ,୧୯ା୬: ଇଂଲଣ୍ଡରେ ନାଇଟ୍‌ ପାର୍ଟି କରାଉଥିବା ଏକ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୩୬୦୦୦ ପାଉଣ୍ଡ ଅର୍ଥାତ୍‌ ୩୭ ଲକ୍ଷ ଟଙ୍କା ମିଳୁଛି। ଏପରି ନିଷ୍ପତ୍ତି ପାଇଁ ଲୋକେ ପ୍ରଶ୍ନ ଉଠାଇବା ସହ ଘୋର ବିରୋଧ କରିଛନ୍ତି। ଲୋକେ କହିଛନ୍ତି, ସାଧାରଣ ଜନତାଙ୍କ ଟ୍ୟାକ୍ସ ଅର୍ଥରେ ଏମିତି ଅଯଥା ଖର୍ଚ୍ଚ କରା ନ ଯାଉ।

ଏହି ଘଟଣାରେ ଇଂଲଣ୍ଡର ଆଟର୍‌ସ କାଉନ୍‌ସିଲ କହିଛନ୍ତି, ଏହି ଅର୍ଥ ସେ କରୋନା ସଂସ୍କୃତି ରିକଭରି ଫଣ୍ଡ୍‌ରୁ ଦେଇଛନ୍ତି। ପୁନରୁଦ୍ଧାର ପାଣ୍ଠି ଏବଂ କଳା ପରିଷଦ କ୍ଲବକୁ ଏକ ସୃଜନଶୀଳ ଉତ୍ପାଦନ କମ୍ପାନୀ ଭାବରେ କହିଛନ୍ତି। ଯେଉଁଥିପାଇଁ ପୂର୍ବ ଲଣ୍ଡନର ଅର୍ଥନୀତି ବୃଦ୍ଧି ହୋଇପାରିବ। ଅନ୍‌ବେରାଣ୍ଟରେ ଏକ ପ୍ରସିଦ୍ଧ କ୍ଲବ ରହିଛି, ଯାହାର ନାମ ଭର୍ବେଟୋନ। ଏହା ଏକ ଏଲ୍‌ଜିବିଟିଇକ୍ୟୁ ଫ୍ରେଣ୍ଡଲି କ୍ଲବ। ଏହାକୁ ବିଡିଏସ୍‌ଏମ୍‌ କ୍ଲବ ଭାବରେ କୁହାଯାଏ। ଏକ କ୍ଲବକୁ ଆସୁଥିବା ଲୋକଙ୍କ ଯିବା ଆସିବା ସୁରକ୍ଷା ଏବଂ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦିଆଯାଏ। କ୍ଲବରେ ନାଚଗୀତ, ପାର୍ଟି, ସେକ୍ସ ସବୁକିଛି ଚାଲିଥାଏ।

ଏହି କ୍ଲବକୁ ଯିବା ପାଇଁ ଏକ ସ୍ବତନ୍ତ୍ର ଡ୍ରେସ୍‌କୋଡ ବ୍ୟବହୃତ ହୁଏ। କ୍ଲବର ଜଣେ ମୁଖପାତ୍ର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଏହି ଅର୍ଥ ଆମକୁ ବହୁ ଆର୍ଥିକ ସହାୟତା ପ୍ରଦାନ କରିଛି। ପୂର୍ବ ଲଣ୍ଡନରେ ଥିବା ଏହି କ୍ଲବରେ ଏକ ସୋସିଆଲ ମିଡିଆ ଗ୍ରୁପ୍‌ ରହିଛି। ଯେଉଁଠାରେ ୫୦୦୦ରୁ ଅଧିକ ଲୋକ ଆକ୍ଟିଭ ରହିଛନ୍ତି।

ଏହାବ୍ୟତୀତ ଇନ୍‌ଷ୍ଟାଗ୍ରାମରେ ଏହି କ୍ଲବରେ ୧୫ ହଜାରରରୁ ଅଧିକ ଫଲୋଅର୍ସ ଅଛନ୍ତି। କିନ୍ତୁ କରୋନା ଯୋଗୁ ଟିକେ ଏହି କମ୍ପାନୀ ଭୁଶୁଡ଼ି ପଡ଼ିଛି।

Share