ସାହସୀ ସୌମ୍ୟଙ୍କୁ ଭୁଲିଗଲା ପ୍ରଶାସନ

ବରୀ,୨୫।୯(ଡି.ଏନ.ଏ.):୨୦୧୧ ଅକ୍ଟୋବର ୪ ତାରିଖ। ସେଦିନ ଥିଲା ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ଏଥିପାଇଁ ସମଗ୍ର ବରୀ ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥିଲା। ବ୍ଲକ ଅଧୀନ ଚନ୍ଦ୍ରଶେଖରପୁର, ଅଲିପୁର ଓ ଅନ୍ୟାସୀପୁର ଦୁର୍ଗାଙ୍କୁ ଦର୍ଶନ ପାଇଁ ବ୍ରାହ୍ମଣୀ ନଦୀ ଦକ୍ଷିଣ ପାର୍ଶ୍ୱ ଲୋକଙ୍କ ପ୍ରବଳ ସୁଅ ଛୁଟିଥାଏ। ନଦୀର ଜଳ ସ୍ଥିର ଥିଲେ ବି ଲୋକଙ୍କୁ ନେଇ ଆସୁଥିବା ଡଙ୍ଗାଟି ଭାରସାମ୍ୟ ହରାଇ ହଠାତ୍‌ ବୁଡ଼ି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ଲୋକେ ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ। ଏହି ସମୟରେ ସେହି ଡଙ୍ଗାରେ ଥିଲେ ଚନ୍ଦନପୁର ଗ୍ରାମର ଭଗବାନ ବିଶ୍ୱାଳଙ୍କ ପୁଅ ସୌମ୍ୟରଞ୍ଜନ। ସେ ପ୍ରଥମେ ନିଜେ ପହଁରି କୂଳରେ ପହଞ୍ଚତ୍ଥିଲେ। ତେବେ ଲୋକଙ୍କ ଆତୁର ଚିତ୍କାର ଶୁଣିବାରୁ ସେମାନଙ୍କୁ ବଞ୍ଚାଇବା ପାଇଁ ଆଗେଇ ଆସିଥିଲେ। ନଦୀ ଗର୍ଭକୁ ଲମ୍ଫ ଦେଇ ଅଜୟ ଧଳ(୨୩) ଓ ହେମନ୍ତ ପୋହି(୨୪)ଙ୍କୁ ଉଦ୍ଧାର କରିଥିଲେ। ସେହି ସମୟରେ ଶାନ୍ତିଲତା ସାହୁ ନାମ୍ନୀ ମହିଳା ଚିତ୍କାର କରିବାରୁ ସୌମ୍ୟ ମଧ୍ୟ ତାଙ୍କୁ ଯାଇ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ସେ ହାଲିଆ ହୋଇ ଯାଇଥିଲେ। ତେଣୁ ସ୍ଥଳଭାଗକୁ ଆସିବା ପୂର୍ବରୁ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ସେଦିନର ଏହି ଦୁର୍ଘଟଣା ବରୀ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା।

ଏହାପରେ ୧୫ା୮ା୨୦୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌମ୍ୟଙ୍କୁ ମରଣୋତ୍ତର ସାହସିକତା ପ୍ରମାଣପତ୍ର ଦେଇଥିଲେ। ସେହିଦିନ ରାଷ୍ଟ୍ରପତି ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ସର୍ବୋତ୍ତମ ଜୀବନରକ୍ଷା ପଦକ ପ୍ରଦାନ କରିଥିଲେ। ପୂର୍ବତନ ଜିଲାପାଳ ଅନିଲ କୁମାର ସାମଲ ଓ ପୂର୍ବତନ ବିଧାୟକ ଦେବାଶିଷ ନାୟକ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ଲୋକେ ଏହି ସେତୁର ନାମ ସୌମ୍ୟଙ୍କ ନାମରେ ନାମିତ କରିବାକୁ ଦାବି କରିଥିଲେ। ପ୍ରଶାସନ ଏହାକୁ ଗୁରୁତର ସହ ନେବାକୁ ପ୍ରତିଶ୍ରୁତି ଦେଇଥିଲା। ଏହି କଥା ପ୍ରଚାରିତ ହେବା ପରେ ପୁଅ ମୃତ୍ୟୁ ଶୋକରେ ଭାଙ୍ଗି ପଡ଼ିଥିବା ସୌମ୍ୟଙ୍କ ବାପା ଭଗବାନ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ। ପ୍ରତିଶ୍ରୁତି ଅନୁଯାୟୀ ସେତୁ ନିର୍ମାଣ ହେଲା ଓ ଏହି ସେତୁକୁ ବରୀର ୪ ଶହୀଦ ସଂଗ୍ରାମୀ ସାଉଁଟି, ସାନନ୍ଦ, ହାଡ଼ିବନ୍ଧୁ ଓ ମାୟାଧରଙ୍କ ନାମରେ ନାମିତ କରାଗଲା। କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ୩ଟି ଜୀବନ ବଞ୍ଚାଇଥିବା ଏହି ସାହସୀ ଯୁବକ ସୌମ୍ୟଙ୍କ ନାମ ସ୍ଥାନିତ ହେଲାନାହିଁ। ଫଳରେ ଏହାକୁ ନେଇ ଲୋକଙ୍କ ମନରେ କ୍ଷୋଭ ରହିଛି। ପ୍ରଶାସନ ସୌମ୍ୟଙ୍କୁ ଭୁଲିଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ଓ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ସୌମ୍ୟଙ୍କ ବାପା କହିଛନ୍ତି। ତେବେ ସଂଗ୍ରାମୀଙ୍କ ନାମରେ ସେତୁ ହେବା ଗର୍ବ ଓ ଗୌରବର ବିଷୟ। ଏଣୁ ସୌମ୍ୟଙ୍କ ପ୍ରତିମୂର୍ତ୍ତି ସେଠାରେ ସ୍ଥାପନ କରାଯାଇ ତାଙ୍କ ସାହସିକତା ବିଷୟରେ ଫଳକରେ ଉଲ୍ଲେଖ କରାଯାଉ। ଏହାହେଲେ ଯୁବପିଢି ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିପାରିବେ ବୋଲି ରାଧାଗୋବିନ୍ଦ ସେବା ସଂଘ ସମ୍ପାଦକ ବିବେକାନନ୍ଦ ନାଥ ଶର୍ମା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri