ସଂଖ୍ୟାଲଘୁଙ୍କ ପାଖରେ ପହଞ୍ଚୁନି ସରକାରୀ ସୁବିଧା

ଭୁବନେଶ୍ବର,୨ା୧୨(ବ୍ୟୁରୋ):ଓଡ଼ିଶାରେ ସଂଖ୍ୟାଲଘୁଙ୍କୁ ସରକାରୀ ସୁବିଧା ସୁଯୋଗ ମିଳୁନାହିଁ। ସଂଖ୍ୟାଲଘୁଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଯେଉଁସବୁ ଯୋଜନା ଏବଂ କାର୍ଯ୍ୟକ୍ରମ କରୁଛନ୍ତି ସଚେତନତା ଅଭାବରୁ ତାହା ସେମାନଙ୍କ ନିକଟରେ ପହଞ୍ଚିପାରୁନାହିଁ। ଏପରିକି କେନ୍ଦ୍ରୀୟ ପାଣ୍ଠି ମଧ୍ୟ ଫେରିଯାଉଛି। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ସଂଖ୍ୟାଲଘୁ ଆୟୋଗର ସଦସ୍ୟା ସୟେଦ୍‌ ସେହଜାଦୀ ଏହା ଜାଣି ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ଅତିଥି ଭବନରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଶାରେ ରାଜ୍ୟ ସଂଖ୍ୟାଲଘୁ ଆୟୋଗ ନାହିଁ। ୱାକଫ ବୋର୍ଡ ଅଧ୍ୟକ୍ଷ ଏବଂ ସଦସ୍ୟ ମଧ୍ୟ ନାହାନ୍ତି। ରାଜ୍ୟ ହଜ୍‌ କମିଟିରେ ୨୦୧୮ ପରେ କୌଣସି ନିଯୁକ୍ତି ହୋଇନାହିଁ। ଓଡ଼ିଶାରେ କେବଳ ଗୋଟିଏ ଉର୍ଦ୍ଦୁ ଶିକ୍ଷକ ତାଲିମ କେନ୍ଦ୍ର ରହିଛି। ମଦ୍ରାସାଗୁଡ଼ିକରେ ୧୮ ହଜାର ପିଲା ପଢ଼ୁଥିବାବେଳେ ୧୦୭୬ ଶିକ୍ଷକ ଅଛନ୍ତି। ତେଣୁ ଆଉ ୨ରୁ ୩ଟି ଉର୍ଦ୍ଦୁ ଶିକ୍ଷକ ତାଲିମ କେନ୍ଦ୍ରର ଆବଶ୍ୟକତା ରହିଛି। ସେହିପରି ସଂଖ୍ୟାଲଘୁଙ୍କ ପାଇଁ ଏକ ସ୍ବତନ୍ତ୍ର ବିଭାଗ ଜରୁରୀ। ରାଜ୍ୟରେ ୯,୧୧,୬୭୦ ମୁସଲମାନ, ୧୧,୬୧,୭୦୮ ଖ୍ରୀଷ୍ଟିଆନ ୨୧,୯୮୧ ଶିଖ୍‌, ୧୩୦୦୦ ବୁଦ୍ଧିଷ୍ଟ, ୯୦୦୦ ଜୈନ ସମ୍ପ୍ରଦାୟର ଲୋକ ରହିଛନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ (ପିଏମ୍‌ଜେବିକେ) ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ତେବେ ରାଜ୍ୟ କିମ୍ବା ଜିଲାସ୍ତରରେ ଫିପଟିନ୍‌ ପଏଣ୍ଟ ପ୍ରୋଗ୍ରାମ କମିଟି ନ ଥିବାରୁ ପାଣ୍ଠି ବିନିଯୋଗ ହୋଇପାରୁନାହିଁ। କେନ୍ଦ୍ରରୁ ଆସୁଥିବା ପାଣ୍ଠି ଫେରିଯାଉଛି। ସଂଖ୍ୟାଲଘୁଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ଚର୍ଚ୍ଚା କରାଯାଇପାରୁନାହିଁ। ସଚେତନତା ଅଭାବରୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକେ ଏ ବିଷୟରେ ଜାଣିପାରୁନାହାନ୍ତି। ସଂଖ୍ୟାଲଘୁ ଅର୍ଥ ନିଗମ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ। ସ୍ବତନ୍ତ୍ର ସଂଖ୍ୟାଲଘୁ ବିଭାଗ ନ ଥିବାରୁ କେହି ଏଥିପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡ଼ୁଛି। ଏହା ଉପରେ ଦୃଷ୍ଟିଦେବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri