Categories: ଜାତୀୟ

କଣ୍ଟେନମେଣ୍ଟ କଟକଣାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୩୦ା୧୧: ଓମିକ୍ରନ୍‌କୁ ନେଇ ବିଶ୍ୱରେ ଭୟ। ଏଭଳି ସ୍ଥିତିରେ କେନ୍ଦ୍ର ସରକାର କଣ୍ଟେନମେଣ୍ଟ କଟକଣାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଗତ ୨୫ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶୀ ଯାତ୍ରୀଙ୍କ କରୋନା ଟେଷ୍ଟ ଏବଂ ଟ୍ରାକିଂ ତଥ୍ୟ ରଖାଯିବ। ପଜିଟିଭ ଚିହ୍ନଟ ହେଲେ ନମୁନାର ଜିନୋମ ସିକ୍ୱେନ୍ସିଂ କରାଯିବ। ତତ୍କାଳ ଏବଂ ପ୍ରଭାବୀ ଢଙ୍ଗରେ କଣ୍ଟେନମେଣ୍ଟ କଟକଣା ପାଳନ କରିବାକୁ କୁହାଯାଇଛି।

Share