Categories: ଜାତୀୟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଲକ୍ଷ ଲକ୍ଷ କର୍ମଚାରୀ ହେବେ ଉପକୃତ

ନୂଆଦିଲ୍ଲୀ,୧୦।୩: କରୋନା ସଙ୍କଟ ସମୟରେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦ୍ୱାରା ଅଟକ ରଖାଯାଇଥିବା ମହଙ୍ଗା ଭତ୍ତା (ଡିଏ ଏବଂ ଡିଆର)ର ତିନୋଟି କିସ୍ତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆଶ୍ୱାସନା ଦେଇଛି ଯେ, କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦ୍ୱାରା ଅଟକ ରଖାଯାଇଥିବା ତିନିଟି କିସ୍ତି ଉପରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବ। ଜୁଲାଇ ୧, ୨୦୨୧ରୁ ଲାଗୁ ହେବାକୁ ଥିବା ଦରରେ ସେମାନଙ୍କୁ କିସ୍ତି ପ୍ରଦାନ କରାଯିବ। ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ବ୍ୟବହୃତ କରୋନା ସଙ୍କଟ ସମୟରେ ବନ୍ଦ ହୋଇଥିବା ମହଙ୍ଗା ଭତ୍ତା କିସ୍ତିରୁ କେନ୍ଦ୍ର ସରକାର ୩୭,୪୩୦,୦୮ କୋଟି ଟଙ୍କା ସଞ୍ଚୟ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜାନୁୟାରୀ ୧, ୨୦୨୦, ଜୁଲାଇ ୧, ୨୦୨୦ ଏବଂ ଜାନୁୟାରୀ ୧ ୨୦୨୧ରୁ ବନ୍ଦ କରାଯାଇଛି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୧୭ ପ୍ରତିଶତ ମହଙ୍ଗା ଭତ୍ତା ଦିଆଯାଉଛି। ଏଥିରେ ୪ ପ୍ରତିଶତ ବୃଦ୍ଧି ପାଇଁ କ୍ୟାବିନେଟ ଅନୁମୋଦନ କରିଛି। ଫଳରେ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ୨୧ ପ୍ରତିଶତ ହେବ। ଯାହା ୧ ଜୁଲାଇ ୨୦୨୧ରୁ ଲାଗୁ ହେବ।

Share