ପୂର୍ତ୍ତ ବିଭାଗରେ ବି ଠିକାସଂସ୍ଥା

ଯାଜପୁର,୧୯ା୬: କେବଳ ଶିଳ୍ପାଞ୍ଚଳରେ ନୁହେଁ, ଏବେ ସରକାରୀ ପୂର୍ତ୍ତ ବିଭାଗରେ ମଧ୍ୟ ଠିକାସଂସ୍ଥା ଜରିଆରେ ନିଯୁକ୍ତି ମିଳୁଛି। ଅର୍ଥାତ୍‌ ଏଠାରେ ବି ଜିଲା କର୍ମ ନିୟୋଜନ ସଂସ୍ଥାରେ ପଞ୍ଜୀକୃତ ଶିକ୍ଷିତ ଯୁବତୀଯୁବକଙ୍କୁ ଅଣଦେଖା କରାଯାଉଛି। ଠିକାସଂସ୍ଥା ରାଣ୍ଡଷ୍ଟାଡ୍‌ ଇଣ୍ଡିଆ ପ୍ରାଇଭେଟ ଲିଃ ଦ୍ୱାରା ମନୋନୀତ ୩୨ ଜଣ ଆବେଦନକାରୀଙ୍କୁ ନେଇ ୯ା୬ା୨୦୨୩ରେ ଇଣ୍ଟରଭ୍ୟୁ ହୋଇଥିଲା। ଏହାପରେ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗର ଡିପିଆଇ ଆଣ୍ଡ୍‌ ରୋଡ୍‌ ଚିଫ୍‌ ଇଞ୍ଜିନିୟର କାର୍ଯ୍ୟାଳୟ ପକ୍ଷରୁ ଏକ ଚୟନ କମିଟି ମାଧ୍ୟମରେ ଇଣ୍ଟରଭ୍ୟୁ କରାଯାଇ ଯନ୍ତ୍ରୀ ପରାମର୍ଶଦାତା ପଦବୀ ପାଇଁ ୧୮ ଜଣଙ୍କୁ ଚୂଡାନ୍ତ ଭାବେ ଚୟନ କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଆବେଦନକାରୀଙ୍କଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରାଯାଇଥିବା ଚର୍ଚ୍ଚା ହେଉଛି।
ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ଜିଲା କର୍ମ ନିୟୋଜନ ସଂସ୍ଥା ମାଧ୍ୟମରେ କମ୍ପଲସରି ନୋଟିଫିକେସନ ଅଫ୍‌ ଭାକେନ୍ସି ଆକ୍ଟ ଅନୁଯାୟୀ ପ୍ରକ୍ରିୟା ହେବା କଥା। କିନ୍ତୁ କେତେଜଣ ବିଭାଗୀୟ ଅଧିକାରୀ ନିଜର ସ୍ବାର୍ଥସାଧନ ପାଇଁ କର୍ମ ନିୟୋଜନ ସଂସ୍ଥା ମାଧ୍ୟମରେ ପଞ୍ଜୀକୃତ ଶିକ୍ଷିତ ଯୁବତୀଯୁବକଙ୍କୁ ଚୟନ କରାଯାଉ ନାହିଁ। ଯାଜପୁର ଜିଲା କର୍ମ ନିୟୋଜନ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୧ରୁ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ ସମୁଦାୟ ୧୮,୫୫୩ ଜଣ ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ପାଇଁ ପଞ୍ଜୀକରଣ କରିଛନ୍ତି। ଏଥିରେ ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ ଆଦି ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରମାନେ ମଧ୍ୟ ରହିଛନ୍ତି। ହେଲେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଏଥିରୁ ଜଣଙ୍କୁ ବି ନିଯୁକ୍ତି ମିଳିନାହିଁ। ଏପରିକି ସରକାରୀ ସଂସ୍ଥା ମଧ୍ୟ କର୍ମ ନିୟୋଜନ ସଂସ୍ଥାରେ ପଞ୍ଜୀକୃତ ଛାତ୍ରୀଛାତ୍ରଙ୍କୁ ଅଣଦେଖା କରି ଚାଲିଛନ୍ତି। ଏହି ସରକାରୀ ସଂସ୍ଥା ଏବେ ଥାଇ ନ ଥିଲା ଭଳି ମନେ ହେଉଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) କାର୍ଯ୍ୟ ପାଇଁ କେନ୍ଦୁଝର ଓ ସୁନ୍ଦରଗଡ଼ରେ ସିଭିଲ, ଇଲେକ୍ଟ୍ରିକାଲ ଓ ମେକାନିକାଲ ଡିଗ୍ରୀ/ଡିପ୍ଲୋମାଧାରୀମାନଙ୍କଠାରୁ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ଏଥିରେ ସିଭିଲ ଇଞ୍ଜିନିୟର ଡିଗ୍ରୀଧାରୀ ୧୬୪, ସିଭିଲ ଡିପ୍ଲୋମାଧାରୀ ୭୮, ଇଲେକ୍ଟ୍ରିକାଲ ଡିଗ୍ରୀଧାରୀ ୨୧, ଇଲେକ୍ଟ୍ରିକାଲ ଡିପ୍ଲୋମାଧାରୀ ୧୫, ମେକାନିକାଲ ଡିଗ୍ରୀଧାରୀ ୧୩ ଓ ଡିପ୍ଲୋମାଧାରୀ ୬ ଜଣ ଆବେଦନ କରିଥିଲେ। ଏଥିରେ ମଧ୍ୟ ଠିକାସଂସ୍ଥା ରାଣ୍ଡ୍‌ଷ୍ଟାଡ ଇଣ୍ଡିଆ ଯୁବତୀଯୁବକଙ୍କଠାରୁ ଆବେଦନପତ୍ର ଗ୍ରହଣ କରିଥିଲା। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃର ଚିଫ୍‌ ଜେନେରାଲ ମ୍ୟାନେଜର ଅତୁଲ୍ୟ ଚମ୍ପତିରାୟ ୧୫ା୧୦ା୨୦୨୨ରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ମନୋନୟନ ପ୍ରକ୍ରିୟା କରିବାକୁ ଜଳସମ୍ପଦ ବିଭାଗର ସ୍ପେଶାଲ ସେକ୍ରେଟାରୀ ପ୍ରଭାତ କୁମାର ଭୋଇଙ୍କୁ ପତ୍ର ଲେଖିଥିଲେ। ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ଭାବେ ଅନିୟମିତତା ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଏଭଳି ଭାବେ ସରକାରୀ କର୍ମ ନିୟୋଜନ ସଂସ୍ଥାକୁ ବାଦ୍‌ ଦେଇ ବେସରକାରୀ ଠିକାସଂସ୍ଥାକୁ ମାଲାମାଲ କରିବା ଉଦ୍ଦେଶ୍ୟ ରଖି ନିଯୁକ୍ତି ଚାଲିଥିବା ମତପ୍ରକାଶ ପାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri