ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜୁନ୍‌ ପହିଲାରୁ ହେବ ଲାଗୁ; ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୯।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ଏଣିକି ବେସରକାରୀ ସଂସ୍ଥା ଡ୍ରାଇଭିଂ ଟେଷ୍ଟ କରୀବା ଏବଂ ସାର୍ଟିଫିକେଟ୍‌ ଜାରି କରିବା ଲାଗି ପଞ୍ଜିକୃତ ହେବେ। ଫଳରେ ଯେଉଁମାନଙ୍କୁ ସେମାନେ ଟ୍ରେନିଂ ଦେଇଥିବେ ସେମାନଙ୍କୁ ଲାଇସେନ୍ସ ମିଳିପାରିବ। ଏହି ନୂଆ ନିୟମ ଆଗାମୀ ଜୁନ୍‌ ପହିଲାରୁ ଲାଗୁ ହେବ। ତେବେ ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ସରକାରଙ୍କ ଏହି ନୂଆ ନିୟମରେ ପ୍ରାୟ ୯,୦୦,୦୦୦ ପୁରୁଣା ସରକାରୀ ଯାନବାହାନନକୁ ହଟାଇ ଦିଆଯିବ। ନିୟମ ମୁତାବକ ଦ୍ରୁତ ଗତିରେ ବାହନ ଚଳାଇଲେ ୧୦୦୦-୨୦୦୦ ଟଙ୍କା ଦେବାକୁ ହେବ। ହେଲେ ଯଦି କେହି ନାବାଳକ ଗାଡ଼ି ଚଳାଇବା ଧରାପଡେ ତେବେ ୨୫୦୦୦ ଜରିମାନା ଦେବାକୁ ହେବ। ଏହା ବ୍ୟତିତ ବାହନର ମାଲିକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଦିଆଯିବ। ୨୫ ବର୍ଷ ବୟସ ଯାଏ ଉକ୍ତ ନାବାଳକଙ୍କୁ ଲାଇସେନ୍ସ ମିଳିବ ନାହିଁ।
ଘରୋଇ ଡ୍ରାଇଭିଂ ତାଲିମ କେନ୍ଦ୍ରଗୁଡ଼ିକ ପାଇଁ ନୂତନ ନିୟମ:
ଏକ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ପାଇଁ ଅତି କମରେ ୧ ଏକର ଜମି ରହିବା ଉଚିତ। ୪ ଚକିଆ ମୋଟର ପାଇଁ ଡ୍ରାଇଭିଂ ସେଣ୍ଟରରେ ଅତିରିକ୍ତ ୨ ଏକର ଜମି ଆବଶ୍ୟକ ହେବ।
ଘରୋଇ ଡ୍ରାଇଭିଂ ତାଲିମ କେନ୍ଦ୍ରରେ ଉପଯୁକ୍ତ ପରୀକ୍ଷା ସୁବିଧା ଉପଲବ୍ଧ ହେବା ଉଚିତ। ପ୍ରଶିକ୍ଷକମାନଙ୍କ ଯୋଗ୍ୟତା ଅତିକମରେ ଏକ ଉଚ୍ଚ ବିଦ୍ୟାଳୟର ଡିପ୍ଲୋମା ଥିବା ଆବଶ୍ୟକ। ଏହା ବ୍ୟତୀତ, ସେମାନଙ୍କର ଅତି କମରେ ୫ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ରହିବା ଉଚିତ। ପ୍ରଶିକ୍ଷକମାନେ ବାୟୋମେଟ୍ରିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରଣାଳୀର ମୌଳିକତା ଜାଣିଥିବା ଉଚିତ।
ତାଲିମ ଅବଧି:
-ହାଲୁକା ଯାନ ତାଲିମ ୪ ସପ୍ତାହ (ସର୍ବନିମ୍ନ ୨୯ ଘଣ୍ଟା) ମଧ୍ୟରେ ସମ୍ପୂର୍ଣ୍ଣ ହେବା ଜରୁରୀ। ପ୍ରଶିକ୍ଷଣକୁ ଅତି କମରେ ଦୁଇଟି ବିଭାଗରେ ବିଭକ୍ତ କରିବାକୁ ପଡିବ – ତଥ୍ୟ ଏବଂ ପରୀକ୍ଷା। ଏଥିରେ ତଥ୍ୟ ବିଭାଗ ୮ ଘଣ୍ଟାର ହୋଇଥିବାବେଳେ ପରୀକ୍ଷା ୨୧ ଘଣ୍ଟାର ହେବା ଉଚିତ।
-ଭାରୀ ମୋଟର ଯାନ ପାଇଁ ୩୮ ଘଣ୍ଟା ତାଲିମ ରହିବ, ଯେଉଁଥିରେ ୮ ଘଣ୍ଟା ତଥ୍ୟଭିତ୍ତିକ ଶିକ୍ଷା ଏବଂ ୩୧ ଘଣ୍ଟା ବ୍ୟବହାରିକ(ପରୀକ୍ଷା) ପ୍ରସ୍ତୁତି ଅନ୍ତର୍ଭୁକ୍ତ ହେବ। ଏହି ତାଲିମ ୬ ସପ୍ତାହ ମଧ୍ୟରେ ଶେଷ ହେବ। ଏହି ନିୟମଗୁଡିକର ଉଦ୍ଦେଶ୍ୟ ହେଉଛି ବେସରକାରୀ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରଗୁଡ଼ିକ ଉଭୟ ହାଲୁକା ଏବଂ ଭାରୀ ଯାନର ଡ୍ରାଇଭରମାନଙ୍କ ପାଇଁ ଉଚ୍ଚ ମାନ ବଜାୟ ରଖିବା ନିଶ୍ଚିତ କରିବା।
(ଡ୍ରାଇଭିଂ ଲାଇସେନ୍ସ ଫି):
ବିଭିନ୍ନ ପ୍ରକାରର ଡ୍ରାଇଭିଂ ଲାଇସେନ୍ସ ପାଇଁ ଦେୟ ନିମ୍ନଲିଖିତ ଅଟେ –
ଲର୍ନର ଲାଇସେନ୍ସ: ୨୦୦ ଟଙ୍କା
ଲର୍ନର ଲାଇସେନ୍ସ ନବୀକରଣ: ୨୦୦ ଟଙ୍କା
ଆନ୍ତର୍ଜାତୀୟ ଲାଇସେନ୍ସ: ୧୦୦୦ ଟଙ୍କା
ସ୍ଥାୟୀ ଲାଇସେନ୍ସ: ୨୦୦ ଟଙ୍କା
ଡ୍ରାଇଭିଂ ଲାଇସେନ୍ସ ପାଇଁ କିପରି ଆବେଦନ କରିବେ:
-ଏଥିପାଇଁ ପ୍ରଥମେ ପୋର୍ଟାଲକୁ ଯାଆନ୍ତୁ (https://parivahan.gov.in)
-ମୂଳପୃଷ୍ଠାରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ବିକଳ୍ପ ଖୋଜ ଏବଂ ଏଥିରେ କ୍ଲିକ କର।
-ଏବେ ଆବେଦନ ଫର୍ମ ଖୋଲିବ। ଆବଶ୍ୟକ ହେଲେ ଆପଣ ଏହାକୁ ପ୍ରିଣ୍ଟ କରିପାରିବେ।
-ସମସ୍ତ ଆବଶ୍ୟକୀୟ ସୂଚନା ସଠିକ ଭାବରେ ଆବେଦନ ଫର୍ମରେ ପୁରଣ କରନ୍ତୁ।
-ଫର୍ମରେ ଉଲ୍ଲେଖ କରାଯାଇଥିବା କାଗଜାତ୍‌ଗୁଡ଼ିକୁ ଅପଲୋଡ କରନ୍ତୁ।
-ବର୍ତ୍ତମାନ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପୁନର୍ବାର ପୁରଣ କରନ୍ତୁ।
-ଆପଣ ନିଜ ପସନ୍ଦ ଅନୁଯାୟୀ ଉଭୟ ଅନଲାଇନ କିମ୍ବା ଅଫଲାଇନ ଆବେଦନ କରିପାରିବେ।
-ଆବେଦନ ପ୍ରକ୍ରିୟା ସମାପ୍ତ ହେବା ପରେ, ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିବାକୁ ଏବଂ ଆପଣଙ୍କର ଡ୍ରାଇଭିଂ କୌଶଳ ପ୍ରମାଣ ପ୍ରଦାନ କରିବାକୁ ଆର୍‌ଟିଓ ପରିଦର୍ଶନ କରନ୍ତୁ।
ସମସ୍ତ ପଦକ୍ଷେପ ସମାପ୍ତ କରିବା ପରେ ଆପଣ ଏକ ଲାଇସେନ୍ସ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

୩୩୦୦ କୋଟି ଟଙ୍କାର ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୦।୬: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଯୋଗ ଦିବସରେ ପ୍ରଥମ ଗସ୍ତରେ ଜମ୍ମୁ କଶ୍ମୀରକୁ ୩୩୦୦ କୋଟି ଟଙ୍କା ଉପହାର...

ନିଟ୍‌ ଅନିୟମିତତା ମାମଲା: ପେପର୍‌ ଲିକ୍‌ ହୋଇଥିବା ମାନିଲେ ପରିକ୍ଷାର୍ଥୀ

ନୂଆଦିଲ୍ଲୀ,୨୦।୬: ନିଟ୍‌ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ୍‌ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପ୍ରଶ୍ନପତ୍ର ଲିକ୍‌...

ମକ୍କାରେ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, ୬୮ ଭାରତୀୟ ସାମିଲ

ମକ୍କା,୨୦।୬: ଚଳିତ ବର୍ଷ ହଜ୍‌ଯାତ୍ରା ପାଇଁ ସାଉଦି ଆରବର ମକ୍କା ଓ ମଦିନା ସହରରେ ୨୦ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ସମାଗମ ଘଟିଥିଲା। ହେଲେ ଭୀଷଣ...

ଏନ୍‌ଡିଏ-ଇଣ୍ଡିଆକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର, କହିଲେ ଧ୍ୱଂସ ହୋଇଯିବେ…

ନୂଆଦିଲ୍ଲୀ,୨୦।୬: ରାଜନୈତିକ ବିଶ୍ଳେଷକ ତଥା ଜନସୁରାଜ ସଂଯୋଜକ ପ୍ରଶାନ୍ତ କିଶୋର ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ଆଉ ଏକ ବଡ଼...

ଇଏସ୍‌ଆଇସିରେ ୧୬.୪୭ଲକ୍ଷ ନୂଆ ସଦସ୍ୟ

ଭୁବନେଶ୍ୱର,୨୦।୬ (ଅନୁରାଧା ମହାରଣା): ଚଳିତବର୍ଷ ଏପ୍ରିଲରେ ୧୬.୪୭ ଲକ୍ଷ ନୂତନ ସଦସ୍ୟ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି)ରେ ଯୋଡ଼ିହୋଇଛନ୍ତି। ବୁଧବାର ପ୍ରକାଶିତ ନିୟମିତ ବେତନ...

୨୧ରେ ୯ମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ଭୁବନେଶ୍ୱର,୨୦।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ୧୧ଦିନିଆ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର...

ଚନ୍ଦୁ ଚାମ୍ପିୟନ ସହ ଡା. ଅର୍ଥୋର ସହଭାଗିତା

ଭୁବନେଶ୍ୱର,୨୦।୬ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ ଡା. ଅର୍ଥୋ ନିକଟରେ ବଲିଉଡ୍‌ ଚଳଚ୍ଚିତ୍ର...

କେନ୍ଦ୍ରମନ୍ତ୍ରୀ ଲେଖିଲେ, ‘ବେଢ଼ି ପଡାଓ ବଚ୍ଚାଓ୍ବ’

ଭୋପାଳ,୨୦ା୬: କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର ହିନ୍ଦୀରେ ‘ବେଟି ପଢ଼ାଓ, ବେଟି ବଚାଓ’ ସ୍ଲୋଗାନ ଲେଖିବା ଜାଣିନାହାନ୍ତି। ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri