Categories: ଜାତୀୟ

ଘରୋଇ ହସ୍ପିଟାଲରେ ସୁରକ୍ଷା ଯୋଗାଇବାକୁ ସରକାରଙ୍କୁ କୁହାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୯: ପ୍ରାଇଭେଟ ହସ୍ପିଟାଲଗୁଡ଼ିକ ଘରୋଇ ଉଦ୍ୟୋଗ ହୋଇଥିବାରୁ ସେମାନଙ୍କୁ ନିଜସ୍ବ ସୁରକ୍ଷା ବ୍ୟବସ୍ଥା କରିବାକୁ ହେବ। ସୁରକ୍ଷା ଯୋଗାଇବାକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସରକାରୀ ହସ୍ପିଟାଲ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି। ଘରୋଇ ହସ୍ପିଟାଲର ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇଦେବା ନିମନ୍ତେ ଗାଇଡ୍‌ଲାଇନ ପାଇଁ ଦାଏର ପିଟିଶନକୁ ଜଷ୍ଟିସ ଏସ୍‌.କେ. କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି।

Share