Categories: ଜାତୀୟ

ଇଡି-ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୧୫ ।୧୧: କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ(ସିବିଆଇ)ର ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିକରି ୫ ବର୍ଷ ପର୍ଯ୍ୟନ୍ତ କରିଦେଇଛନ୍ତି । ଏହାର ଅର୍ଥ ହେଉଛି ଏବେ ଇଡି ଓ ସିବିଆଇ ନିର୍ଦ୍ଦେଶକ ପଦରେ କେହି ଅଧିକାରୀ ୫ ବର୍ଷ ପର୍ଯ୍ୟନ୍ତ ସେବା ଦେଇପାରିବେ । କେନ୍ଦ୍ର ଏକ ଅଧ୍ୟାଦେଶ ମାଧ୍ୟମରେ ଦୁଇ ଏଜେନ୍ସିର ମୁଖ୍ୟଙ୍କ କାର୍ଯ୍ୟକଳ ସୀମା ବୃଦ୍ଧି କରିଛି । ସୂଚନାଯୋଗ୍ୟ, ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ଚଳିତ ସପ୍ତାହରେ ଶେଷ ହେଉଥିଲା । ହେଲେ ଏବେ ଅଧ୍ୟାଦେଶ ପରେ ସରକାର ଚାହିଁଲେ ତାଙ୍କ କାର୍ଯ୍ୟକାଳ ଆଉ ୨ ବର୍ଷ ବୃଦ୍ଧି ହୋଇପାରିବ । କିନ୍ତୁ ଏପର୍ଯ୍ୟନ୍ତ ସଞ୍ଜୟ ମିଶ୍ରଙ୍କୁ ନେଇ କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ । ଏବେ ଦୁଇ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷ ରହିଛିା ।

Share