Categories: ଜାତୀୟ

ସରକାରୀ ବାବୁ ଉଠାଉ ନାହାନ୍ତି ଫୋନ୍‌: ରିପୋର୍ଟ ତଲବ କଲେ ଯୋଗୀ

ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶରେ ସରକାରୀ ଅଫିସରେ କୌଣସି ଅଫିସର ଫୋନ୍‌ ଉଠାଉ ନାହାନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଅବସ୍ଥା ମଧ୍ୟ ସମାନ। ଏନେଇ ଅଭିଯୋଗ ମିଳିବା ପରେ ଯୋଗୀ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ୨୫ ଡିଏମ୍‌ ଏବଂ ୪ କମିଶନରଙ୍କୁ ଯୋଗୀ ରିପୋର୍ଟ ତଳବ କରିଛନ୍ତି। ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସଚିବାଳୟ ପକ୍ଷରୁ ପ୍ରକାଶିତ ହୋଇଥିବା ତାଲିକାରେ ଅଯୋଧ୍ୟା,ଆଜମ୍‌ଗଡ଼, ଅଲିଗଡ଼, ଗୌତମବୁଦ୍ଧ ନଗର, ଗାଜିଆବାଦ୍‌, ଫିରୋଜାବାଦ୍‌, କନୌଜ ଆଦି ଜିଲାର ଜିଲାପାଳଙ୍କ ନାମ ରହିଛି।

Share