ଜରାଜୀର୍ଣ୍ଣ ଅବସ୍ଥାରେ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ

ସୁନ୍ଦରଗଡ଼, ୫।୧୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଅନ୍ତର୍ଗତ ଟପରିଆ ପଞ୍ଚାୟତରେ ଦୀର୍ଘ ୧୫ ବର୍ଷ ଉପରେ ହେବ ଏକ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ତିଆରି ହେଇଥିଲା। ଦୀର୍ଘ ଦିନ ଧରି ତାହା ବନ୍ଦ ହୋଇ ପଡିରହିଥିବାରୁ ସେହି କୋଠା ଭୁଷୁଡ଼ିବା ଅବସ୍ଥାରେ ଅଛି। ବତ୍ତର୍ର୍ମାନ ସେଠାରେ ନୂତନ ଭାବେ ଆୟୁର୍ବେଦିକ ଡାକ୍ତର ଯୋଗ ଦେଇଛନ୍ତି। ମାତ୍ର କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ହେତୁ ଭିତରେ ବସିବା ପାଇଁ ଜାଗା ନାହିଁ। ତେଣୁ ଡାକ୍ତର ଜଣକ ଏହି ଆୟୁର୍ବେଦିକ ଚିକିତ୍ସାଳୟ ବାହାରେ ଏକ ଗଛ ତଳେ ବସି ରୋଗୀମାନଙ୍କୁ ଦେଖୁଛନ୍ତି। ଔଷଧ ରଖିବା ପାଇଁ ମଧ୍ୟ ଜାଗା ନାହିଁ। ରୋଗୀମାନେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହି ସ୍ଥାନରେ ନୂତନ କୋଠା ନିର୍ମାଣ ନିମନ୍ତେ ଶୁକ୍ରବାର ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ତରଫରୁ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳଙ୍କ ରବି ନାରାୟଣ ସାହୁଙ୍କୁ ଏକ ଦାବିପତ୍ର ଦିଆଯାଇଛି। ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଦିନେଶ ପଟେଲ, ପ୍ରବୀଣ ଚୱଡ଼ା, ଅଜୟ ନାଏକ ପ୍ରମୁଖ ଏହି ଦାବି ପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ।