ସରକାରଙ୍କ ଘୋଷଣା: ୩ୟ ସନ୍ତାନ ପାଇଁ ସରକାରୀ କର୍ମଚାରୀଙ୍କୁ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ, ୧୯।୮: ସରକାରୀ ମହିଳା କର୍ମଚାରୀମାନେ ଏବେ ୩ୟ ସନ୍ତାନ ପାଇଁ ମଧ୍ୟ ପୂର୍ବର ୧୨ ସପ୍ତାହ ବଦଳରେ ପୂରା ୩୬୫ ଦିନ ବା ୧ବର୍ଷର ମାତୃତ୍ୱ ଛୁଟି ନେଇପାରିବେ ବୋଲି ତାମିଲନାଡ଼ୁ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ବିଧାନସଭାରେ ବିଭାଗୀୟ ଅନୁଦାନ ଉପରେ ଚର୍ଚ୍ଚାବେଳେ ମାନବ ସମ୍ବଳ ପରିଚାଳନା ମନ୍ତ୍ରୀ ଡି. ଶରଥକୁମାର ଏହି ଐତିହାସିକ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଏବେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସନ୍ତାନ ସମୟରେ ମହିଳା କର୍ମଚାରୀମାନଙ୍କୁ ସମାନ ଭାବରେ ୧ବର୍ଷର ସମ୍ପୂର୍ଣ୍ଣ ବେତନଯୁକ୍ତ ଛୁଟି ମିଳିପାରିବ। ପୂର୍ବରୁ ୨ରୁ କମ୍‌ ସନ୍ତାନ ଥିବା ମହିଳା କର୍ମଚାରୀମାନେ ୩୬୫ଦିନର ମାତୃତ୍ୱ ଛୁଟି ପାଉଥିବାବେଳେ ୨ ବା ତଦୂର୍ଦ୍ଧ୍ୱ ସନ୍ତାନ ଥିବା ମହିଳାମାନେ କେବଳ ୧୨ ସପ୍ତାହ ବା ୮୪ ଦିନର ଛୁଟି ପାଉଥିଲେ। କିନ୍ତୁ ସାମାଜିକ କଲ୍ୟାଣ, ମହଳା ସଶକ୍ତୀକରଣ ଏବଂ ରାଜ୍ୟର ଜନସଂଖ୍ୟା ପରିବର୍ତ୍ତନ ତଥା ହ୍ରାସ ପାଉଥିବା ପ୍ରଜନନ ହାରକୁ ଦୃଷ୍ଟିରେ ରଖି ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି।

Odisha’s No.1 Odia Daily

Share