ଶାସନ ଚିନ୍ତା

Dillip Cherian

୨୦୪୭ରେ ଭାରତ ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ଏଥିପାଇଁ ଏବେ ଠାରୁ ମୋଦି ସରକାର ଅନେକ କଥା ଚିନ୍ତା କରିବା ସହ ଭବିଷ୍ୟତ ପାଇଁ ଏକ ନକ୍ସା ପ୍ରସ୍ତୁୂତ କରିବାକୁ ବହୁ ଟାସ୍କଫୋର୍ସକୁ ଦାୟିତ୍ୱ ଦେଇଛନ୍ତିି। ଏଗୁଡ଼ିକ ମଧ୍ୟରେ ରହିଛି ଶାସକୀୟ ପଦ୍ଧତିର ନକ୍ସା ପ୍ରସ୍ତୁତ କରୁଥିବା ସଚିବଙ୍କ ଏକ ଗ୍ରୁପ୍‌ (ଗ୍ରୁପ ଅଫ୍‌ ସେକ୍ରେଟାରିଜ୍‌ ଅନ୍‌ ଗଭର୍ନାନ୍ସ)। ଏହି ଗ୍ରୁପ୍‌ର ନେତୃତ୍ୱ ନେଉଛନ୍ତି ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା। ଉକ୍ତ ଗ୍ରୁପ୍‌ ୪୦ କିମ୍ବା ଏହାଠାରୁ କମ୍‌ ବୟସର ୩୦ ଆଇଏଏସ୍‌ ଅଧିକାରୀ, ୧୦ ଆଇଏଏସ୍‌ ଅଧିକାରୀ, ୪୦ଶିକ୍ଷାବିତ ଏବଂ ୮୦ ଜଣ ଶିଳ୍ପପତି ପ୍ରସ୍ତୁତ କରିଥିବା ଭିଜନ୍‌ଇଣ୍ଡିଆ@୨୦୪୭ର ଏକ ଚିଠାକୁ ଅନୁଧ୍ୟାନ କରୁଛି। ମୁଖ୍ୟତଃ ଅଫିସ କିଭଳି ଯାନ୍ତ୍ରିକୀକରଣ ହେବ, ଡେଟା ଆନାଲିଟକ୍ସର ଉପଯୋଗ କିପରି କରାଯାଇପାରିବ ଏବଂ କୃତ୍ରିମ ବୁଦ୍ଧିମତ୍ତା ଓ ମେଶିନ ଲର୍ନିଂ ସମ୍ପର୍କରେ ସେମାନେ ବିଚାରବିମର୍ଶ କରୁଛନ୍ତି। ଏହି ଗ୍ରୁପ୍‌ର ସିଦ୍ଧାନ୍ତ ଯଦି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ପରିଷଦର ସ୍ବୀକୃତି ଲାଭ କରେ ତେବେ ସମସ୍ତ ଶାସକୀୟ ନୂତନତ୍ୱକୁ ଡକ୍ୟୁମେଣ୍ଟ ଟିପାର୍ଟମେଣ୍ଟ ଅଫ୍‌ ରିଫର୍ମସ୍‌ ଆଣ୍ଡ୍‌ ପବ୍ଲିକ ଗ୍ରିଭାନ୍‌ସେସ୍‌( ଡିଏଆର୍‌ପିଜି) ଦ୍ୱାରା ପ୍ରସ୍ତୁତ ଭିଜନଇଣ୍ଡିଆ@୨୦୪୭ ଡକ୍ୟୁମେଣ୍ଟରେ ସାମିଲ କରାଯିବ। ଗ୍ରୁପ୍‌ର ସଦସ୍ୟମାନଙ୍କୁ ଡିଏଆର୍‌ପିଜି ଚୟନ କରିଛି । ଅଧିକାରୀମାନଙ୍କ ସହ ଆଇଆଇଟି ଓ ଆଇଆଇଏମ୍‌ ଭଳି ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରୁ ୪୦ ଜଣ ଯୁବ ଅଧ୍ୟାପକଙ୍କୁ ଚୟନ କରାଯାଇଥିଲା। ଏହାସହ ଗ୍ରୁପ୍‌ରେ ୮୦ଟି ଷ୍ଟାର୍ଟଅପ୍‌କୁ ଯୋଡ଼ିବା ଲାଗି ଚିହ୍ନଟ କରାଯାଇଥିଲା। ସୂତ୍ରରୁ ପ୍ରକାଶ , ଚଳିତ ବର୍ଷ ପ୍ରାରମ୍ଭରେ ଆୟୋଜିତ ବୈଠକରେ ଏହି ସଦସ୍ୟମାନେ ସେମାନଙ୍କ ସୁପାରିସଗୁଡ଼ିକ ଉପସ୍ଥାପନ କରିଥିଲେ। ସେଗୁଡ଼ିକୁ ଏବେ ବିଭିନ୍ନ ମନ୍ତ୍ରଣାଳୟରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ପାଖକୁ ପଠାଇ ଦିଆଯାଇଛି। ଯାନ୍ତ୍ରିକୀକରଣ ଓ ଡେଟା ଆନାଲିଟିକ୍ସକୁ ନେଇ ଯଦି ସେମାନଙ୍କ ଯୋଜନା ଦ୍ୱାରା ଫାଇଲ ବିନା ବିଳମ୍ବରେ ତଳସ୍ତରରୁ ଉପରକୁ ଶୀଘ୍ର ଯାଇପାରିବ ତେବେ କାର୍ଯ୍ୟ ସୁରୁଖୁରୁରେ ହେଲା ବୋଲି ଆମେ କହିପାରିବା।

ନୂଆ ଟିମ୍‌

ଶେଷରେ ବହୁ ପ୍ରତୀକ୍ଷିତ ରେଲଓ୍ବେ ବୋର୍ଡ ନିଯୁକ୍ତିଗୁଡ଼ିକ କରାଯାଇଛି। ଫଳରେ ଏବକାର ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ଏବଂ ସିଇଓ ଭି.କେ. ତ୍ରିପାଠୀଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ତ୍ରିପାଠୀଙ୍କ ସ୍ଥାନରେ ଅନୀଲ କୁମାର ଲାହୋଟିଙ୍କୁ ଅବସ୍ଥାପିତ କରାଯାଇଛି। ସେ ଏହି ଶୀର୍ଷ ପଦବୀରେ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ରହିବେ। ନିଯୁକ୍ତିର କିଛିଦିନ ପୂର୍ବରୁ ଲାହୋଟିଙ୍କୁ ଭିତ୍ତିଭୂମି ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା। ତେବେ ତ୍ରିପାଠୀଙ୍କ କାର୍ଯ୍ୟକାଳ ନ ବଢାଇବାକୁ ସରକାର ନେଇଥିବା ନିଷ୍ପତ୍ତି ବହୁ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ ଅନୁଭବ କରନ୍ତି ଯେ, ନୂତନ ଭାବେ ଆରମ୍ଭ ହୋଇଥିବା ଇଣ୍ଡିଆନ ରେଲଓ୍ବେ ମ୍ୟାନେଜମେଣ୍ଟ ସର୍ଭିସ(ଆଇଆର୍‌ଏମ୍‌ଏସ୍‌) ସମୀକ୍ଷା କରିବାକୁ ତ୍ରିପାଠୀଙ୍କୁ ଅବସରର ୬ ମାସ ପୂର୍ବରୁ ଏକ ବର୍ଷ ପାଇଁ ବୋର୍ଡର ଚେୟାରମ୍ୟାନ ଓ ସିଇଓ ଭାବେ ଅଣାଯାଇଥିଲା । ଏବେ ଆଇଆର୍‌ଏମ୍‌ଏସ୍‌ ଲାଗୁ ହୋଇଛି ଓ ତ୍ରିପାଠୀ ତାଙ୍କ କାର୍ଯ୍ୟ ବନ୍ଦ କରି ଲାହୋଟିକୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବର୍ତ୍ତମାନ ବୋର୍ଡର ନୂଆ ଚେୟାରମ୍ୟାନ ଓ ସିଇଓ ଏକ ନୂଆ ଟିମ୍‌ ପାଇବେ। ଆଇଆର୍‌ଏମ୍‌ଏସ୍‌ ଅଧୀନରେ ୬ ଜଣ ଅଧିକାରୀଙ୍କ ନାମ ତାଲିକା ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଲାହୋଟିଙ୍କ ସମେତ ରୁପ ଏନ୍‌. ଶଙ୍କର, ମୋହିତ ସିହ୍ନା, ସତୀଶ କୁମାର ଏବଂ ବ୍ରଜ ମୋହନ ଅଗ୍ରଓ୍ବାଲ। କୌତୂହଳର ବିଷୟ ଯେ, ଦୁଇ ଅଧିକାରୀ ଅଞ୍ଜଳି ଗୋୟଲ ଏବଂ ଜୟା ବର୍ମାଙ୍କ ନିଯୁକ୍ତିକୁ ସ୍ଥଗିତ ରଖାଗଲା। ଗୋୟଲ ଏବେ ବନାରସ ରେଲ ଲେ୍‌ାକୋମୋଟିଭ ଫ୍ୟାକ୍ଟ୍ରିର ମହା ପ୍ରବନ୍ଧକ ଥିବାବେଳେ ସିହ୍ନା ରେଲଓ୍ବେ ବୋର୍ଡର ଅତିରିକ୍ତ ସଦସ୍ୟ( ଟ୍ରାଫିକ) ରହିଛନ୍ତି।

ନିର୍ଦ୍ଦେଶକୁ ଉପେକ୍ଷା

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ୱେ କର୍ନାଟକ ସରକାର ଦୁଇ ଆଇଏଏସ୍‌ ଅଧିକାରୀ କେ. ଶ୍ରୀନିବାସନ ଏବଂ ଏସ୍‌. ରଙ୍ଗପ୍ପାଙ୍କୁ ପୁନଃ ଅବସ୍ଥାପିତ କରିଛନ୍ତି। ସେମାନେ ଭୋଟର ତଥ୍ୟ ଚୋରି ମାମଲାରେ ନିଲମ୍ବନ ହେବାର ମାସକ ମଧ୍ୟରେ ଏଭଳି କରାଯାଇଛି। ଶ୍ରୀନିବାସନଙ୍କୁ ରାଜୀବ ଗାନ୍ଧୀ ହାଉସିଂ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ ଓ ରଙ୍ଗପ୍ପାଙ୍କୁ କର୍ନାଟକ ଷ୍ଟେଟ ମିନେରାଲ୍ସ କର୍ପୋରେଶନରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଗୋଟିଏ ଏନ୍‌ଜିଓର ସଦସ୍ୟମାନେ ନିଜକୁ ସରକାରୀ ଅଧିକାରୀ ଭାବେ ଉପସ୍ଥାପନ କରି ଭୋଟରମାନଙ୍କ ବ୍ୟକ୍ତଗତ ତଥ୍ୟ ସଂଗ୍ରହ କରୁଥିବା ଅଭିଯୋଗ ପାଇବା ପରେ ନିର୍ବାଚନ କମିଶନ ପଦକ୍ଷେପ ନେଇଥିଲେ। ଶିବାଜୀନଗର,ଚିକ୍‌ପେଟ ଏବଂ ମହାଦେବପୁରା ନିର୍ବାଚନମଣ୍ଡଳୀରେ ୧ ଜାନୁୟାରୀ ୨୦୨୨ ପରେ ଭୋଟର ତାଲିକାରେ ନାମ ଯୋଗ ହେବା ଓ କଟିବା ଉପରେ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବା ସହ ଏହି ଦୁଇ ଅଧିକାରୀଙ୍କୁ ଇସି ନିଲମ୍ବନ କରିଥିଲେ। ଅତିରିକ୍ତ ଜିଲା ନିର୍ବାଚନ ଅଧିକାରୀ ଭାବେ ଶିବାଜୀନଗର ଓ ଚିକ୍‌ପେଟ ବିଧାନସଭା ନିର୍ବାଚନମଣ୍ଡଳୀର ଦାୟିତ୍ୱରେ ରଙ୍ଗପ୍ପା ଥିଲେ ଓ ଇସି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଶ୍ରୀନିବାସନ ଅତିରିକ୍ତ ଜିଲା ନିର୍ବାଚନ ଅଧିକାରୀ ଭାବେ ମହାଦେବପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ରହିଥିଲେ। ବାସବରାଜ ବୋମାଇ ସରକାରଙ୍କ ପଦକ୍ଷେପ ବିରୋଧୀ ଦଳଗୁଡ଼ିକୁ ସ୍ବର ଉଠାଇବା ଲାଗି ଉସୁକାଇଛି।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri