ଗଉଡ଼ବାଟା, କିଲୁସୁଗାବାସୀଙ୍କୁ ମିଳୁନି ମୌଳିକ ସୁବିଧା

ଫୁଲବାଣୀ ଅଫିସ/ଟିକାବାଲି, ୧।୨: ଗ୍ରାମାଞ୍ଚଳର ଲୋକେ ଯେପରି ସମସ୍ତ ସୁବିଧା ପାଇପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା କରାଯାଉଛି ା ପ୍ରକୃତରେ ଯୋଜନାର ରୁପାୟନ ଠିକ୍‌ ଭାବେ ହେଉନାହିଁ ା କାଗଜ କଲମରେ ବିକାଶ ଚାଲିଛି। ବାସ୍ତବରେ ଏବେ ବି ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳୁନାହିଁ ା ରାସ୍ତା, ପାନୀୟ ଜଳ ସେମାନଙ୍କ ପାଇଁ ସାତ ସପନା କନ୍ଧମାଳ ଜିଲା ଟିକାବାଲି ବ୍ଲକ କଇଁଝର ପଞ୍ଚାୟତ ୧୩ ନଂ ୱାର୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ା କଇଁଝର ପଞ୍ଚାୟତ ୧୩ନଂ. ୱର୍ଡରେ ରହିଛି ଗଉଡବାଟା ଏବଂ କିଲୁସୁଗା ସାହି ା ଏଠାରେ ୩୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ୨୦୧୦ରେ ଗଉଡବେଟାରୁ କିରିସୁଗା ପର୍ଯ୍ୟନ୍ତ ମାଟି ରାସ୍ତା ହୋଇଥିଲା ା ସେବେଠାରୁ ଆଉ ରାସ୍ତା କାମ ହୋଇନାହିଁ ା ଫଳରେ ଯାତାୟତ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି। ବର୍ଷା ଦିନେ ସମସ୍ୟା ଆହୁରି ବଢ଼ିଯାଉଛି। ରାସ୍ତା ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ସେହିପରି ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା ଲାଗି ରହିଛି। କିରିସୁଗାରେ ପାଣିର ଉତ୍କଟ ସମସ୍ୟା ା ଗାଁଠୁ ଦୂରରେ ଥିବା ବିଲ ମଝିର ଚୁଆରୁ ଲୋକେ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି। ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ କି ନିର୍ବାଚିତ ପ୍ରତିନିଧି କେହି ଶୁଣୁନାହାନ୍ତି। ଭୋଟ ବେଳେ ସବୁ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦିଆଯାଉଛି ା ଭୋଟ ସରିଲା ପରେ କେହି ପଚାରୁ ନାହାନ୍ତି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନାହିଁ ା ଗର୍ଭବତୀ, ଗୁରୁତର ରୋଗୀଙ୍କୁ ମେଡିକାଲ ନେବାରେ ବହୁ ଅସୁବିଧା ହେଉଛି। ପାନୀୟ ଜଳର ଘୋର ସମସ୍ୟା ା ନଳକୂପ ନାହିଁ ା ଚୁଆ ପାଣି ଆଣି ରୋଷେଇ କରିବା ସହ ତାକୁ ପିଇବାକୁ ବାଧ୍ୟ ହେଉଛୁ ବୋଲି ଗ୍ରାମର ସମୀର କହଁରଙ୍କ ସମେତ ଅନ୍ୟମାନେ ପ୍ରକାଶ କରଛନ୍ତି।