ଖାଁ ଖାଁ ଗୋତମରା ଗାଁ

ବଅଁରପାଳ, ୩୧ା୧୦(ଡି.ଏନ.ଏ.) ପ୍ରତିବର୍ଷ ପରି ବାର୍ଷିକ ପୂଜାରେ ଚଳଚଞ୍ଚଳ ହେବନି ବଅଁରପାଳ ବ୍ଲକ ଗୋତମରା ଗ୍ରାମର ମା’ ବ୍ରହ୍ମାୟଣୀଙ୍କ ପୀଠ। ବସିବନି ଦୋକାନ ବଜାର କି ଜମିବନି ଶ୍ରଦ୍ଧାଳୁଙ୍କ ଭିଡ଼। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବନି। ନିରାଡମ୍ବରରେ କେବଳ ବିଧି ରକ୍ଷା କରି ମା’ଙ୍କ ପୂଜାର୍ଚ୍ଚନା କରାଯିବ। ଏଥିଯୋଗୁ ପୂଜା ଅବସରରେ ବି ଖାଁ ଖାଁ ଲାଗିବ ଗୋତମରା ଗାଁ । ଯେଉଁଠି ବାର୍ଷିକ ପୂଜା ପାଇଁ ୩ ଦିନ ଧରି ସମଗ୍ର ଗାଁ ଚଳଚଞ୍ଚଳ ହୋଇଉଠୁଥିଲା ସେଠାରେ ନିରାଡମ୍ବରରେ ପୂଜାକୁ ନେଇ ମନଉଣା କରିଛନ୍ତି ଶ୍ରଦ୍ଧାଳୁ।
ପ୍ରତିବର୍ଷ ଆଶ୍ୱିନ ମାସ କୁମାର ପୂର୍ଣ୍ଣିମା ତିଥିରେ ପାଳନ ହୋଇଥାଏ ଏହି ଉତ୍ସବ। ୩ ଦିନ ଧରି ଚାଲୁଥିବା ଏହି ଯାତ୍ରା ନକଟି ଯାତ୍ରା ଭାବରେ ମଧ୍ୟ ଜଣାଶୁଣା। ଯାତ୍ରା ଦିନ ଗ୍ରାମର ଦିଅଁଘରୁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ପୀଠସ୍ଥଳୀକୁ ଯାଇଥାଏ। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଘୋଡ଼ା ନାଚ, ନାମ ସଂକୀର୍ତ୍ତନ, ଦଣ୍ଡନୃତ୍ୟ ଆଦି ପରିବେଷଣ କରାଯାଏ। ୩ ଦିନ ଧରି ବିଭିନ୍ନ ଦୋକାନ ବଜାର ବସିଥାଏ। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ। ହେଲେ ଚଳିତ ଥର କରୋନା ଯୋଗୁ ଏ ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି।
କୋଭିଡ୍‌ ନିୟମ ମଧ୍ୟରେ ପାଳନ
ମା’ ବ୍ରହ୍ମାୟଣୀଙ୍କ ପୂଜା ପ୍ରତିବର୍ଷ ଆଡମ୍ବରରେ କରାଯାଇଥାଏ। ହେଲେ ଚଳିତ ବର୍ଷ କୋଭିଡ୍‌ କଟକଣା ଲଗାଯାଇଥିବାରୁ କୌଣସି ଜାକଜମକ ନାହିଁ। କେବଳ ନିୟମ ଅନୁଯାୟୀ ବିଧି ରକ୍ଷା ପାଇଁ ପୀଠରେ ପୂଜାର୍ଚ୍ଚନା ହେବ।
-ରଜନୀକାନ୍ତ ସିଂ, ବିଧାୟକ ତଥା ଗ୍ରାମ ସଭାପତି
ପରମ୍ପରାରେ ଏଥର ବ୍ୟତିକ୍ରମ
ଶତାଧିକ ବର୍ଷରୁ ମା’ଙ୍କ ପୂଜା ପରମ୍ପରା ଅନୁଯାୟୀ ଗ୍ରାମରେ ପାଳନ ହୋଇଆସୁଛି। କିନ୍ତୁ ପ୍ରଥମ କରି ଚଳିତବର୍ଷ ପୂଜାରେ ବ୍ୟତିକ୍ରମ ଦେଖାଦେଇଛି। କରୋନା ସମସ୍ତଙ୍କ ମନରେ ଥିବା ଉତ୍ସାହକୁ ମାରି ଦେଇଛି।
-କୁମୁଦ ବିହାରୀ ସିଂ, ଗ୍ରାମବାସୀ
ହେବନି ଶୋଭାଯାତ୍ରା
ପ୍ରତି ବର୍ଷ ଯାତ୍ରାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଶୋଭାଯାତ୍ରା ଆୟୋଜନ କରାଯାଏ। ଏଥିରେ ବିଭିନ୍ନ ଅଞ୍ଚଳର କଳାକାରମାନେ ଗୀତ ନୃତ୍ୟ ପରିବେଷଣ କରନ୍ତି। ମିନାବଜାର ସହ ଅପେରା କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ। କିନ୍ତୁ ଚଳିତ ବର୍ଷ ତାହା ବନ୍ଦ ରହିଛି।
-ଭରତ ମାଝି, ଗ୍ରାମବାସୀ

ଦର୍ଶନ ପାଇବେନି ଭକ୍ତ
କଟକଣାରେ ପୂଜା ପାଳନ ଯୋଗୁ ଚଳିତ ବର୍ଷ ମା’ଙ୍କ ଦର୍ଶନ ପାଇପାରିବେନି ଭକ୍ତ। କେବଳ ନୀତିକାନ୍ତି ଅନୁଯାୟୀ ପୂଜା ହେଉଥିବାରୁ ପୀଠକୁ ଭକ୍ତଙ୍କ ଆଗମନକୁ ବାରଣ କରାଯାଇଛି। ସେଥିପାଇଁ ଗ୍ରାମବାସୀ ନିରାଶ ହୋଇଛନ୍ତି।
– ସୁବାସ ପଟ୍ଟନାୟକ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri