ଆଜି ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଯିବେ ଗୋଟାବାୟା

କଲମ୍ବୋ,୧୪ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବୁଧବାର ଦେଶଛାଡ଼ି ମାଳଦ୍ୱୀପ ପଳାୟନ କରିଥିଲେ। ଗୋଟାବାୟାଙ୍କ ପଳାୟନ ପରେ ଶ୍ରୀଲଙ୍କାର ଅବସ୍ଥା ଆହୁରି ବିଗିଡ଼ି ଯାଇଛି। ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଇତିମଧ୍ୟରେ ଗୋଟାବାୟା ମାଳଦ୍ୱୀପ ଛାଡ଼ି ଏବେ ସିଙ୍ଗାପୁର ଯିବା ପାଇଁ ପ୍ରୟାସ ଚଳାଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଗୋଟାବାୟା ମାଳଦ୍ୱୀପରୁ ସିଙ୍ଗାପୁର ଯିବା ପାଇଁ ସିଙ୍ଗାପୁର ଏୟାରଲାଇନ୍ସକୁ ନେବେ ନାହିଁ। ସ୍ତ୍ରୀ ଇଓମା ରାଜପାକ୍ସେ ଏବଂ ଦୁଇ ସୁରକ୍ଷା ଅଧିକାରୀଙ୍କ ସହିତ ଆଜି ଅର୍ଥାତ୍‌ ଗୁରୁବାର ରାତିରେ ସିଙ୍ଗାପୁର ଛାଡ଼ିପାରନ୍ତି। ଏହା ପୂର୍ବରୁ ଗୋଟାବାୟା ଏକ ପ୍ରାଇଭେଟ୍‌ ଜେଟ୍‌ର ଅପେକ୍ଷାରେ ଅଛନ୍ତି। ଏନେଇ କଥାବାର୍ତ୍ତା ଚାଲିଛି।

ସୂଚନାଯୋଗ୍ୟ, ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ ପରେ ବୁଧବାର କାଟୁନାଏକେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁଇ ସୁରକ୍ଷାକର୍ମୀଙ୍କ ସହ ମାଳଦ୍ୱୀପ ଯାତ୍ରା କରିଥିଲେ। ଜୁଲାଇ ୧୩ ସକାଳେ ତାଙ୍କୁ ଯାତ୍ରା ପାଇଁ ବିମାନ ଦିଆଯାଇଥିଲା।

Share