ସ୍ବଦେଶ ଫେରିଲେ ଗୋଟାବାୟା

କଲମ୍ବୋ,୬।୧: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦୁବାଇରୁ ସ୍ବଦେଶ ଫେରିଛନ୍ତି। ତାଙ୍କ ସରକାରର ପରିଚାଳନାଗତ ତ୍ରୁଟି କାରଣରୁ ଦେଶରେ ଗମ୍ଭୀର ଆର୍ଥତ୍କ ସଙ୍କଟ ଦେଖାଦେଇଥିଲା। ସରକାରଙ୍କ ବିରୋଧରେ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରହିବା ପରେ ଗତବର୍ଷ ରାଜପାକ୍ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଥିଲେ। ଗୁରୁବାର ଗୋଟାବାୟା ଓ ତାଙ୍କ ସ୍ତ୍ରୀ ଇଓମା ଦୁବାଇରୁ ଏମିରେଟ୍ସର ଏକ ବିମାନରେ ଆସି ବନ୍ଦରନା ଏକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥବା ଜଣାପଡ଼ିଛି।

Share