ଗୋଟାବାୟା, ବାସିଲଙ୍କୁ ଏୟାରପୋର୍ଟରେ ଅଟକାଇଲେ

କଲମ୍ବୋ,୧୩ା୭: ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀଲଙ୍କାର ୭୩ ବର୍ଷୀୟ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ମଙ୍ଗଳବାର ଦୁବାଇକୁ ପଳାୟନ ଉଦ୍ୟମ କରିଥିଲେ। କିନ୍ତୁ କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପ୍ରବାସନ ଅଧିକାରୀମାନେ ପାସ୍‌ପୋର୍ଟରେ ଷ୍ଟାମ୍ପ୍‌ ଲଗାଇବା ପାଇଁ ତାଙ୍କୁ ଭିଆଇପି ଟର୍ମିନାଲରେ ଯିବାକୁ ଦେଇ ନ ଥିଲେ। ଲୋକଙ୍କ ଆକ୍ରମଣର ଶିକାର ହେବା ଆଶଙ୍କା କରି ଗୋଟାବାୟା ସାଧାରଣ ଲେନ୍‌ରେ ଯିବାକୁ ମନା କରିଥିଲେ। ସେ ମାଳଦ୍ୱୀପ, ଭାରତ କିମ୍ବା ଦୁବାଇ ଯାଇପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। ଗୋଟାବାୟାଙ୍କ ସାନଭାଇ ତଥା ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପାକ୍ସେ ମଧ୍ୟ ଦେଶଛାଡ଼ି ଦୁବାଇକୁ ପଳାୟନ କରୁଥିବାବେଳେ ଲୋକେ ତାଙ୍କୁ ଚିହ୍ନିପାରି ଅଟକାଇଥିଲେ। ଅପ୍ରବାସନ ଅଧିକାରୀମାନେ ତାଙ୍କୁ ଗସ୍ତ ପାଇଁ ଅନୁମତି ଦେଇ ନ ଥିଲେ।

Share