ବୟଫ୍ରେଣ୍ଡଙ୍କ ସହ ଯୋଗ କରି ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀଙ୍କ ଭଉଣୀ

ମୁମ୍ବାଇ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେଙ୍କ ନାଁ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ପୂର୍ବରୁ ଆଲାନାଙ୍କ ସୁନ୍ଦର ସୁନ୍ଦର ଫଟୋ ଯଦିଓ ଚର୍ଚ୍ଚା ହୋଇଛି ଏଥର ଚର୍ଚ୍ଚା ଟିକେ ନିଆରା। କାରଣ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଯୋଗ କରି ଚର୍ଚ୍ଚାକୁ ଆସିଛନ୍ତି।
ଏପରିକି ସୋସିଆଲ ମିଡିଆରେ ଅନନ୍ୟାଙ୍କ ପ୍ରଶଂସକମାନେ ତାଙ୍କ ଭଉଣୀଙ୍କୁ ଟ୍ରୋଲ କରିବାରେ ଲାଗି ପଡ଼ିଛନ୍ତି। ପ୍ରାୟତଃ ଆଲାନା ତାଙ୍କ ଫଟୋ ଏବଂ ଭିଡିଓକୁ ପ୍ରେମିକ ଆଇଭୋର ମାକ୍ରେ ଭିଙ୍କ ସହିତ ଶେୟାର କରନ୍ତି। ଏବେ କିଛି ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଆଲାନା ତାଙ୍କ ପ୍ରେମିକଙ୍କ ସହ ବୋଲ୍ଡ ହୋଇ ଯୋଗ କରୁଛନ୍ତି। ତାଙ୍କର ଏହି ଯୋଗକୁ ପ୍ରଶଂସକମାନେ ନାପସନ୍ଦ କରିବା ସହ ଟ୍ରୋଲ କରିଛନ୍ତି।

Share