ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ସ୍ତ୍ରୀଙ୍କ କାର୍‌ ଉପରକୁ ଗୁଳିମାଡ

ଇସଲାମାବାଦ,୩।୧:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନଙ୍କ କାର ଉପରେ ଅଜ୍ଞାତ ଲୋକମାନେ ଆକ୍ରମଣ କରିଛନ୍ତି। ରେହମ ଖାନ ନିଜେ ଟୁଇଟ କରି ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ରେହମ ଖାନଙ୍କ ଅନୁଯାୟୀ, ସେ ଭଣଜାଙ୍କ ବିବାହରୁ ରାତିରେ ଘରକୁ ଫେରୁଥିବାବେଳେ ହଠାତ୍‌ ତାଙ୍କ କାର ଉପରକୁ ଗୁଳି ମାଡ କରିଥିଲେ। ସୌଭାଗ୍ୟବଶତଃ, ରେହମ ବର୍ତ୍ତିଯାଇ ଥିଲେ। ରେହମ ଇମ୍ରାନ ସରକାରଙ୍କ ବିରୋଧରେ ଟୁଇଟ୍‌ କରି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏହା ହେଉଛି ଇମ୍ରାନ ଖାନଙ୍କ ନୂଆ ପାକିସ୍ଥାନ? ଭୟଭୀତ, ଚୋର ଏବଂ ଲୋଭୀଙ୍କୁ ସହରକୁ ସ୍ବାଗତ !!
ଅନ୍ୟ ଏକ ଟୁଇଟ୍‌ରେ ରେହମ ଖାନ ଲେଖିଛନ୍ତି, ମୁଁ ଜଣେ ସାଧାରଣ ପାକିସ୍ତାନୀ ପରି ପାକିସ୍ତାନରେ ବଞ୍ଚିବାକୁ ଏବଂ ମରିବାକୁ ଚାହୁଁଛି। ମୋ ଉପରେ ଭୟଭୀତ ଆକ୍ରମଣ ହେଉ ମୁଁ ଡରିନି। ରାସ୍ତା ମଝିରେ ଆଇନ ଶୃଙ୍ଖଳା ବିଗିଡି ଗଲାଣି। ତଥାକଥିତ ସରକାର ଏହାର ଦାୟିତ୍ୱ ଗ୍ରହଣ କରିବା ଉଚିତ୍‌। ମୁଁ ମଧ୍ୟ ମୋ ଦେଶ ପାଇଁ ବୁଲେଟ ନେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Share