ଇମୋଶନାଲ ହୋଇଥିଲେ…

ସାଧାରଣତଃ ପିଲାମାନେ ମନ ଖୋଲି ସବୁ କଥା କହିଦିଅନ୍ତି। କିନ୍ତୁ କିଛି ପିଲା ଅଛନ୍ତି ଯେଉଁମାନେ ଅଧିକ ଭାବପ୍ରବଣତା ଯୋଗୁ ସବୁ ଅନୁଭବକୁ କହିପାରନ୍ତି ନାହିଁ। ଭାବନା ପରିପ୍ରକାଶ ନ ହେଲେ ବେଳେବେଳେ ରାଗିଯାନ୍ତି। ଏଭଳି ପିଲାଙ୍କ ପ୍ରତି ଅଭିଭାବକ
ଅଧିକ ଯତ୍ନଶୀଳ ହେବା ଉଚିତ।
– ଭାବପ୍ରବଣ ପିଲାମାନଙ୍କ ପ୍ରତି ଅଧିକ କଠୋର ବ୍ୟବହାର କରିବା ଠିକ୍‌ ନୁହେଁ। କ଼ଡା ଶାସନ ହୁଏତ ସେମାନଙ୍କୁ ହିଂସ୍ର କିମ୍ବା ଚିଡ଼ିଚିଡ଼ା କରିପାରେ। ଏଭଳି ପିଲାଙ୍କୁ ଅଧିକ ସ୍ନେହ ଦିଅନ୍ତୁ। ସବୁକଥା ସେମାନଙ୍କୁ ଭଲଭାବେ ବୁଝାନ୍ତୁ।
– ଅଧିକ ଇମୋସନାଲ ପିଲାଙ୍କ ପାଇଁ ଅଭିଭାବକମାନେ ଅଧିକ ସମୟ ଦିଅନ୍ତୁ। ଫଳରେ ସେମାନଙ୍କର ଆତ୍ମବିଶ୍ୱାସ ବଢିବା ସହ ସେମାନେ ନିଜକୁ ସୁରକ୍ଷିତ ମନେ କରିଥାନ୍ତି।
– ପିଲାଙ୍କର ସବୁ କଥାକୁ ଭଲଭାବେ ଶୁଣି ବୁଝିବା ପାଇଁ ଚେଷ୍ଟା କରନ୍ତୁ। ସେମାନଙ୍କ ଉପରେ ସବୁବେଳେ ରାଗନ୍ତୁ ନାହିଁ। ପିଲାଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ମଝିରେ ମଝିରେ ପ୍ରଶଂସା ମଧ୍ୟ କରନ୍ତୁ।
– ପିଲା ଯଦି କୌଣସି ବିଷୟରେ କିଛି ନିଷ୍ପତ୍ତି ନେଇଛି ତେବେ ତାହା ଭଲଭାବେ ଶୁଣନ୍ତୁ ଓ ବୁଝନ୍ତୁ। ପିଲାର ନିଷ୍ପତ୍ତିକୁ ପ୍ରଥମେ ପ୍ରଶଂସା କରନ୍ତୁ ଏବଂ ପରେ ତାକୁ ଅନୁଭବ କରାନ୍ତୁ ଯେ ଆପଣ ତା’ର ପ୍ରତ୍ୟେକ ନିଷ୍ପତ୍ତିରେ ତା’ ସହ ଅଛନ୍ତି। ଯଦି ବି ପିଲାଙ୍କର କିଛି ନିଷ୍ପତ୍ତି ଭୁଲ୍‌ ମନେହୁଏ ତେବେ ସଙ୍ଗେ ସଙ୍ଗେ କୁହନ୍ତୁ ନାହିଁ। ନିଷ୍ପତ୍ତି ଭୁଲ୍‌ ମନେହେଲେ ପରେ ପିଲାଙ୍କୁ ବୁଝାଇ କହି ଦିଅନ୍ତୁ।