ଠାରରେ ଖୋଜିଛନ୍ତି ଜୀବନ ଠିକଣା

ଭୁବନ, ୨୩।୭(ଡି.ଏନ.ଏ.)  କାନକୁ ଶୁଭୁନି, ହେଲେ ଭିଡିଓ ଦେଖି ଅବିକଳ ନାଚିପାରନ୍ତି। ଜନ୍ମରୁ ପାଟି ଫିଟୁନି ତଥାପି ଥରେ ତୂଳି ଧରିଲେ କଥାକୁହେ ତାଙ୍କ ହାତ ତିଆରି ମୂର୍ତ୍ତି ଆଉ ଚିତ୍ରକଳା। ସଂଘର୍ଷ ନ କଲେ ଜିଇବା ହୋଇଯିବ ମୁସ୍କିଲ। ଏକଥାକୁ ସେ ବୁଝିପାରିଛନ୍ତି ଛୋଟବେଳୁ। ନିଜର ଶାରୀରିକ ଭିନ୍ନକ୍ଷମତାକୁ ସଫଳତାର ଶିଡି କରି ଠାରରେ ଜୀବନ ଠିକଣା ଖୋଜିଥିବା ଏଭଳି ଜଣେ ଶିଳ୍ପୀ ହେଉଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧୩ ନମ୍ବର ଓ୍ବାର୍ଡର ନିରଞ୍ଜନ ସାହୁ।
ଜନ୍ମରୁ ମୂକ ଆଉ ବଧିର ନିରଞ୍ଜନ। ପିଲାଟି ଦିନରୁ ବାପାଙ୍କୁ ହରାଇଛନ୍ତି। ମା’ ଆଉ ୪ ଭାଇଙ୍କୁ ନେଇ ପରିବାର। ବାପାଙ୍କ ହାତ ମୁଣ୍ଡ ଉପରୁ ଉଠିଯିବା ପରେ ଶୈଶବରୁ ହିଁ ସଂଘର୍ଷ ଆରମ୍ଭ କରିଥିଲେ ସେ। କଷ୍ଟ କରି ୧୦ମ ଯାଏ ପାଠ ମଧ୍ୟ ପଢ଼ିଛନ୍ତି। ହେଲେ ପେଟର ଭୋକ, ସକାଳ ହେଲେ ୫ ଜଣଙ୍କ ପାଇଁ ଆହାର ଯୋଗାଡ଼ କରିବା ଚିନ୍ତାରେ ତାଙ୍କ ଉଚ୍ଚଶିକ୍ଷିତ ସ୍ବପ୍ନ ଅଧୁରା ରହିଗଲା। ଛୋଟବେଳୁ ମୂର୍ତ୍ତି କାରିଗରୀ ପ୍ରତି ଥିବା ଆଗ୍ରହକୁ ପୁଞ୍ଜି କରି ଆଗକୁ ବଢ଼ିବାକୁ ସେ ଅଣ୍ଟା ଭିଡ଼ିଲେ। ପ୍ରଥମେ ବିନା ପାରିଶ୍ରମିକରେ ଖୁଦୁରୁକୁଣି, ଗଣେଶ, ସରସ୍ବତୀ ମୂର୍ତ୍ତି ନିର୍ମାଣ କଲେ, ଯାହା ତାଙ୍କୁ ଅଞ୍ଚଳବାସୀଙ୍କ ନିକଟରେ ବେଶ୍‌ ଲୋକପ୍ରିୟ କରିଦେଲା। ଧୀରେ ଧୀରେ ମୂର୍ତ୍ତିଗଢ଼ିବାରେ ସେ ନିପୂଣ ହୋଇଗଲେ। ଏବେ ପୂଜାପର୍ବାଣି ଆସିଲେ ପ୍ରଥମେ ଖୋଜାହୁଅନ୍ତି ନିରଞ୍ଜନ। ବିଶ୍ୱକର୍ମା, ଗଣେଶ, କାଳୀ, ଲକ୍ଷ୍ମୀ, କାର୍ତ୍ତିକେଶ୍ୱର, ସରସ୍ବତୀ ପୂଜା ସମୟରେ ତାଙ୍କୁ ତର ମିଳେନି।
ତେବେ ବ୍ୟବସାୟ ଆରମ୍ଭରେ ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। କଥା କହିପାରୁ ନ ଥିବା ଏବଂ ଶୁଣି ପାରୁ ନ ଥିବାରୁ ଲୋକମାନଙ୍କୁ ବୁଝିବା କଷ୍ଟକର ହୋଇପଡୁଥିଲା। ଗୋଟିଏ ଅନୁଷ୍ଠାନ କେଉଁ ପ୍ରକାରର ମୂର୍ତ୍ତି ଚାହୁଁଛି ତାହାକୁ ସେ ତୁରନ୍ତ ବୁଝି ପାରୁ ନ ଥିଲେ। ଏହି ସମୟରେ କଲେଜ ପଢୁଆ ସାନଭାଇ ବାପିନା ସାଜିଲେ ତାଙ୍କ ସ୍ବର। ସେ ନିରଞ୍ଜନଙ୍କୁ ଠାରରେ ସବୁକଥା ବୁଝାଇବା ସହ ମୂର୍ତ୍ତି ଗଢ଼ିବାରେ ସହାୟତା କଲେ। ଏଥିସହ ଗ୍ରାହକଙ୍କ ସହ ମୂର୍ତ୍ତି ଦର ସମ୍ପର୍କରେ ଆଲୋଚନା ମଧ୍ୟ କଲେ। ନିରଞ୍ଜନ ବାର୍ଷିକ ମୂର୍ତ୍ତି ନିର୍ମାଣ କରି ୨ଲକ୍ଷ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି। ସାନଭାଇ ବାପିନାଙ୍କୁ ମଣିଷ କରିବାକୁ ଭଦ୍ରକ ଆର୍ଟ କଲେଜରେ ନାମ ଲେଖାଇଛନ୍ତି। ତେବେ କରୋନା ମହାମାରୀ ଯୋଗୁ ଏବେ ନିରଞ୍ଜନ ଏବଂ ବାପିନା ଚିନ୍ତାରେ ପଡ଼ିଛନ୍ତି। ପୂଜାପର୍ବାଣି ବନ୍ଦ ସହ ମୂର୍ତ୍ତି ତିଆରି ମଧ୍ୟ ଠପ୍‌ ହୋଇଯାଇଛି। ନିରଞ୍ଜନଙ୍କୁ ମିଳୁଥିବା ୭୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତା ଏବେ ଏକମାତ୍ର ସମ୍ବଳ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମୂର୍ତ୍ତିକାର ପରିବାରକୁ ସହାୟତାର ହାତ ବଢ଼ାଇବାକୁ ବାପିନା ନିବେଦନ କରିଛନ୍ତି।

ସାନଭାଇ ବାପିନାଙ୍କ ସହ ନିରଞ୍ଜନ


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri