ଗୋସାଇଁ ଗୁପ୍ତରେ କର୍ଣ୍ଣରେ ଦିଅନ୍ତି ମହାମନ୍ତ୍ର

ମହାକାଳପଡ଼ା,୨୬।୪ (ଡି.ଏନ୍‌.ଏ.) ପ୍ରାଚୀନ କାଳରେ ଗୁରୁକୁଳ ଆଶ୍ରମରେ ସାଧୁ ସନ୍ନ୍ୟାସୀମାନେ ନିଜର ଛାତ୍ରୀଛାତ୍ରଙ୍କୁ ଗୁପ୍ତରେ କର୍ଣ୍ଣରେ ଗୁରୁ ମହାମନ୍ତ୍ର ଦେଉଥିଲେ। ଆଜିକା ଦିନରେ ଗୁରୁକୁଳ ଆଶ୍ରମ ଲୋପପାଇବାକୁ ବସିଲାଣି। ତଥାପି ଏହି ପ୍ରାଚୀନ ପରମ୍ପରା ଆଧୁନିକ ସଭ୍ୟତାରେ ଆଜି ବି ବଞ୍ଚତ୍ରହିଛି। କୁଳ ଗୁରୁମାନେ ଗାଁକୁ ଗାଁ ବୁଲି ପିଲାମାନଙ୍କୁ କର୍ଣ୍ଣରେ ଗୁପ୍ତ ଭାବେ ଗୋସାଇଁ ମହାମନ୍ତ୍ର ପ୍ରଦାନ କରୁଛନ୍ତି। ଯେଉଁ ପିଲାମାନେ ନାମ ନେବେ ସେମାନଙ୍କୁ ସୁସଜ୍ଜିତ ବେଶ କରାଯିବା ସହ ପଇତା ପିନ୍ଧିଲେ ମହାମନ୍ତ୍ର ପ୍ରଦାନ କରାଯାଇଥାଏ।
ସାଧାରଣତଃ ଗ୍ରାମାଞ୍ଚଳରେ ଏହାକୁ ନାମ ଦିଆ ପର୍ବ ବୋଲି କୁହାଯାଏ। ପରିବାରରେ ସନ୍ତାନମାନଙ୍କର ବୟସ ଯେତେବେଳେ ୯ରୁ ୧୨ବର୍ଷ ହୋଇଯାଏ ସେତେବେଳେ ନାମ ନେବା ପାଇଁ ଉପଯୁକ୍ତ ବୟସ ହୋଇଥାଏ। କାରଣ ଭାରତୀୟ ସଂସ୍କୃତି ପରମ୍ପରା ଅନୁସାରେ ମହାମନ୍ତ୍ର ନ ନେଲେ ଠାକୁରଙ୍କର ପୂଜାପାଠ କରିବା ସହ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇ ନ ଥାଏ। ଅନ୍ତତଃ ପକ୍ଷେ ଯେଉଁମାନେ ନାମମନ୍ତ୍ର ନେଇ ନ ଥାନ୍ତି ସେମାନେ ବିବାହ ବେଦି ଉପରେ ନାମକରଣ ସମ୍ପନ୍ନ ହୋଇଥାଏ ବୋଲି କୁହାଯାଏ। ବିଶେଷକରି ବ୍ରାହ୍ମଣ, ବୈଷ୍ଣବ ସମ୍ପ୍ରଦାୟର ଗୁରୁମାନେ ଏହି ନାମକରଣ କରିଥାନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ କୋଚିଳା ଗ୍ରାମରେ। ସୁଦୂର କେନ୍ଦ୍ରାପଡ଼ା ନିକଟ ବାଲିଗୋଠ ଗାଁର ବ୍ରାହ୍ମଣ ଗୋସାଇଁ ନିତ୍ୟାନନ୍ଦ ଦାଶ(୭୫) ନିଜର ଯଜମାନ ଘରକୁ ଘର ବୁଲି ସେମାନଙ୍କ ପିଲାମାନଙ୍କ ନାମକରଣ କରୁଥିବା ଦେଖିବାକୁ ମିଳୁଛି। ଗୋସାଇଁ ଗାଁ ମୁଣ୍ଡ ଧରୁ ଧରୁ ଦଣ୍ଡବତ କରି ସମ୍ମାନର ସହ ଘରକୁ ପାଛୋଟି ନେଇଥାନ୍ତି। ନାମକରଣ ଶେଷ ହେବା ପରେ ଯିଏ ଯାହା ଶ୍ରଦ୍ଧାର ସହିତ ଗୋସାଇଁଙ୍କୁ ଚାଉଳ, କଦଳୀ, ପନିପରିବା, ଟଙ୍କା, ନୂତନ ବସ୍ତ୍ର ଆଦି ପ୍ରଦାନ କରି ଆଶିଷ ଭିକ୍ଷା କରିଥାନ୍ତି। ଗୋସାଇଁ ଦାଶ କହିଛନ୍ତି, ଯଜୁର୍ବେଦ ଅନୁଯାୟୀ ପିଲାମାନଙ୍କ କର୍ଣ୍ଣରେ ଗୁପ୍ତରେ ମହାମନ୍ତ୍ର ଉଚ୍ଚାରଣ କରି ନାମକରଣ କରାଯାଏ। ଅପରପକ୍ଷରେ ଏହି ଗୋସାଇଁଙ୍କ ପିଢ଼ି ପରେ ପିଢ଼ି ଏହି କୌଳିକ ବୃତ୍ତିକୁ ଆପଣେଇଥାନ୍ତି। ଜିଲାର ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ରାଜନଗର ଓ କେନ୍ଦ୍ରାପଡା, ମାର୍ଶାଘାଇ ଆଦି ଅଞ୍ଚଳର ଶହେରୁ ଅଧିକ ଗ୍ରାମରେ ଯଜମାନ ଘରେ ନାମକରଣ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri