ଏସ୍‌ପି ଅଫିସ ଆଗରେ ଗର୍ଜିଲା କଂଗ୍ରେସ

ବରଗଡ଼ ଅଫିସ,୧୪।୧୨: ବରଗଡ଼ ଜିଲା କଂଗ୍ରେସ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇଛି। କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ମମିତା ମେହେର ଏବଂ ଜିଲା ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରି ନ୍ୟାୟ ପ୍ରଦାନ ଦାବି କରିଛି ଜିଲା କଂଗ୍ରେସ । ଏହା ସହ ପୋଲିସ କଂଗ୍ରେସ ଭବନକୁ ପଶି ଦଳର କର୍ମୀଙ୍କୁ ବର୍ବର ମାଡ ପ୍ରତିବାଦ ମଧ୍ୟ କରାଯାଇଛି। ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଦଳୀୟ ନେତା, କର୍ମୀମାନେ ବରଗଡ଼ ଏସ୍‌ପି ଅଫିସ ଆଗରେ ସମବେତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ, ପ୍ରକାଶ ଚନ୍ଦ୍ର ଦେବତା, ପାଣ୍ଡବ କର୍ଣ୍ଣ, ନିପନ କୁମାର ଦାଶ, ବ୍ରହ୍ମାନନ୍ଦ ମହାକୁଡ, ପ୍ରତାପ ନାୟକ, ଦୟାସାଗର ମେଣ୍ଡଲି, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେବା ସହିତ ରାଜ୍ୟର ବିଜେଡି ସରକାର ଏବଂ ଓଡ଼ିଶା ପୋଲିସକୁ ତୀବ୍ର ସମାଲୋଚନା କରିଛନ୍ତି ।