ଥୁଆମୂଳ ରାମପୁର ବ୍ଲକରେ ଭବ୍ୟ ରଥଯାତ୍ରା: ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଟାଣିଲେ ରଥ

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ ଗୁରୁବାର ପବିତ୍ର ରଥଯାତ୍ରା ଉତ୍ସବ ବେଶ୍ ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଯାଇଛି।

ବୁଧବାର ରାତିରୁ ଆରମ୍ଭ ହୋଇଥିବା ଝିପିଝିପି ବର୍ଷା ଏବଂ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ଦର୍ଶନ ଓ ରଥ ଟାଣିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅବସରରେ ସକାଳୁ ଜଗନ୍ନାଥ ମନ୍ଦିରରେ ମଙ୍ଗଳ ଆଳତି, ରଥ ପ୍ରତିଷ୍ଠା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରେ ପାରମ୍ପରିକ ପହଣ୍ଡି ବିଜେ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା।

ରଥଯାତ୍ରା କମିଟିର ସଭାପତି ଶତ୍ରୁଘ୍ନ ଗହୀର ଓ ସମ୍ପାଦକ ଅକ୍ଷୟ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିବା ବେଳେ ଯୁବକ ଲାଲ ପରିଚ୍ଛା ପବିତ୍ର ଛେରାପହଁରା କରିଥିଲେ। ଏହି ଉତ୍ସବରେ ରଥଯାତ୍ରାର ମୁଖ୍ୟ ପୂଜକ ଆଲୋକ ରଞ୍ଜନ ମୁଣ୍ଡ, ମନ୍ଦିର ପୂଜକ ଚିନ୍ମୟ ମୁଣ୍ଡ, ସେବାୟତ ପ୍ରିୟବ୍ରତ ପଣ୍ଡା, ଭାନୁ ପ୍ରତାପ ମୁଣ୍ଡ, ଶ୍ରୀନିବାସ ପାଣିଗ୍ରାହୀ, ସତ୍ୟନାରାୟଣ ପାଣିଗ୍ରାହୀ ଓ ପ୍ରେମା ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ପୂଜକମାନେ ଉପସ୍ଥିତ ଥିଲେ।

ସ୍ଥାନୀୟ ବୁଦ୍ଧିଜୀବୀ ଓ ଗବେଷକମାନଙ୍କ ମତାନୁସାରେ, ପୂର୍ବରୁ ଏହି ଅଞ୍ଚଳର ମହାରାଜାଙ୍କ ସମୟରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା ହେଉଥିଲା। ରାଜାଙ୍କ ମୃତ୍ୟୁ ପରେ ରାଜପରିବାର ଏଠାରେ ନ ରହିବାରୁ ମହାରାଣୀ କଲମପୁରକୁ ଚାଲିଯାଇଥିଲେ। ସେହି ସମୟରେ ଶ୍ରୀବିଗ୍ରହଙ୍କୁ ମଧ୍ୟ ସେଠାକୁ ସ୍ଥାନାନ୍ତର କରାଯାଇଥିବାରୁ ରଥଯାତ୍ରା ବନ୍ଦ ହୋଇଯାଇଥିଲା।

ପରବର୍ତ୍ତୀ ସମୟରେ ୧୯୭୩-୭୪ ମସିହାରେ ସଦରଠାରେ ଛୋଟ ବିଗ୍ରହ ସ୍ଥାପନ କରାଯାଇ ପୁନର୍ବାର ରଥଯାତ୍ରା ଆରମ୍ଭ କରାଯାଇଥିଲା। ଏହାପରେ ୧୯୮୪-୮୫ ମସିହାରେ ବୃହତ୍ ଆକାରର ବିଗ୍ରହ ନିର୍ମାଣ କରାଯାଇ ନବକଳେବର ସମ୍ପନ୍ନ ହେବା ପରଠାରୁ ରଥଯାତ୍ରା ନିରନ୍ତର ଭାବେ ପାଳିତ ହୋଇଆସୁଛି।

ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍‌ଙ୍କ ନେତୃତ୍ୱରେ ସଦର ଅଞ୍ଚଳରେ, କର୍ଲାପାଟ ଥାନା ଅଧିକାରୀ ଶ୍ରୀକାନ୍ତ କୋଳକାଙ୍କ ନେତୃତ୍ୱରେ କର୍ଲାପାଟ ଓ ଗୁଣୁପୁର ଅଞ୍ଚଳରେ ଏବଂ ମହୁଲପାଟଣା ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ଗୋପୀନାଥପୁର ଓ ମହୁଲପାଟଣା ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ବିଶେଷକରି ରଥ ଯେପରି ବିଦ୍ୟୁତ ତାର ସଂସ୍ପର୍ଶରେ ନ ଆସିବ, ସେଥିପାଇଁ ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସଜାଗ ରହିଥିଲେ। ଏହାସହ ଶ୍ରଦ୍ଧାଳୁଙ୍କ ଜରୁରୀ ଚିକିତ୍ସା ପାଇଁ ସ୍ୱତନ୍ତ୍ର ମେଡିକାଲ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଥିଲା। ସମସ୍ତଙ୍କ ସହଯୋଗ ଓ ପ୍ରଶାସନର ସୁପରିଚାଳନାରେ ସମଗ୍ର ବ୍ଲକରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶରେ ଉଦ୍‌ଯାପିତ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ବୁଧବାରଠୁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ: ୪ ରାଶିଙ୍କ ଭାଗ୍ୟ ଚମକିବ, ଏମାନେ ରୁହନ୍ତୁ ସାବଧାନ

ବୁଧବାର ଦିନ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶି ପାଇଁ ଗ୍ରହ-ନକ୍ଷତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିବ। ୨ ସେପ୍ଟେମ୍ବର ୨୦୨୬ରେ ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ…

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ଛାତରୁ ଝରୁଛି ପାଣି, ଖସୁଛି ପ୍ଲାଷ୍ଟର: ଅବ୍ୟବସ୍ଥା ମଧ୍ୟରେ ବଡ଼ଛତ୍ରଙ୍ଗ ହାଇସ୍କୁଲ

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ହାଇସ୍କୁଲ ସମ୍ପ୍ରତି ଘୋର ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ୧୯୬୬ ମସିହାରେ ସ୍ଥାପିତ ଏହି ପୁରାତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ୬ ଐତିହାସିକ ରେକର୍ଡ, ଭାଙ୍ଗିବା ପ୍ରାୟ ଅସମ୍ଭବ!

ନୂଆଦିଲ୍ଲୀ,୨।୯: ଖୁବ କମ ବୟସରେ କ୍ରିକେଟ ଜଗତରେ ବଡ଼ ନାଁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ଯେଉଁ ସିରିଜ କିମ୍ବା ଟୁର୍ନାମେଣ୍ଟରେ ଖେଳୁଛନ୍ତି, ସେଠାରେ କୌଣସି ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri