ଗୋପାଳପୁରକୁ ବୟନ ଗ୍ରାମ ଭାବେ ଘୋଷଣା କରାଯିବ

ରସୁଲପୁର,୧୬।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତର ଟସର ବସ୍ତ୍ରର ହବ୍‌ ଭାବେ ପରିଚିତ ଗୋପାଳପୁର ଗାଁକୁ ବୟନ ଗ୍ରାମ ଭାବେ ଘୋଷଣା କରାଯିବ ବୋଲି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବୁଣାକାରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ା ଏହି ପ୍ରସ୍ତାବ ସମ୍ପର୍କରେ ଦୀର୍ଘଦିନ ହେବ ସରକାରଙ୍କ ନିକଟରେ ଦାବି ହୋଇଆସୁଛି ା ଏ ସମ୍ପର୍କରେ ବିଧାୟକ ଅବଗତ ଅଛନ୍ତି ା ତାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ନେଇ ସେ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଏଥିସହ ବୁଣାକାରମାନଙ୍କ ସହ ଆଲୋଚନା ବେଳେ ତନ୍ତଶାଳା ନିର୍ମାଣ ପାଇଁ ଅନୁଦାନ ଓ ଶାଳା ନିର୍ମାଣ ପାଇଁ ଲାଗି ରହିଥିବା ଜମି ସମସ୍ୟାକୁ ଦୂର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ଓ ଉପତ୍ାଦିତ ବସ୍ତ୍ର ପାଇଁ ବଜାର ସୁବିଧା ସୃଷ୍ଟି କରିବା ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ବିଧାୟକ ମା’ତାରିଣୀ ତନ୍ତୁବାୟ ସହଯୋଗ ସମିତିର କର୍ମଶାଳା ପରିଦର୍ଶନ ପରେ ସମୀକ୍ଷା ଓ ଅନୁଧ୍ୟାନ ଆରମ୍ଭ ହୋଇଥିଲା। ସମିତିର ପ୍ରତିନିଧି ଅଶୋକ କୁମାର ଗୁଇଁ, କାର୍ତ୍ତିକ ଚନ୍ଦ୍ର ଗୁଇଁ, ପ୍ରଶାନ୍ତ ଗୁଇଁ, ଜୀବନ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ ା ସେଠାରେ ସ୍ଥାପିତ ପ୍ରଥମ ଆଧୁନିକ କ୍ୟାଲେଣ୍ଡରିଂ ୟୁନିଟ୍‌କୁ ବୁଲି ଦେଖିବା ସମୟରେ ତାର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ଟସରରୁ ସୂତା କାଟିବା ସହ ଲୁଗାବୁଣିବା ପର୍ଯ୍ୟନ୍ତ ସମସ୍ତ ପଦ୍ଦତିକୁ ବିଧାୟକ ଅନୁଧ୍ୟାନ କରିଥିଲେ। ଏଥିସହ ଗୋପାଳପୁର ଗାଁର ଅଗ୍ରଣୀ ବୁଣାକର ସମିତି ଶ୍ରୀବିଷ୍ଣୁ ତନ୍ତୁବାୟ ସମିତି, ତାରାତାରାଣୀ ମହିଳା ତନ୍ତୁବାୟ ସହଯୋଗ ସମିତିରେ ଟସର ପ୍ରସ୍ତୁତ ଡିଜାଇନ ଶାଢିକୁ ଦେଖି ଖୁସି ବ୍ୟକ୍ତ କରିଥିଲେ ା ଏହି ଅବସରରେ ବୁଣାକାର ନେତା ରମେଶ ଚନ୍ଦ୍ର ଦାସ, ବୁଣାକାର ଉପଦେଷ୍ଟା ରବିନ୍ଦ୍ର ଗୁଇଁ, ବିଦ୍ୟାଧର ଦାସ, ବଳରାମ ଦାସ, ରାମ ଚନ୍ଦ୍ର ଦାସ ପ୍ରମୁଖଙ୍କ ସହ ଆଲୋଚନା କରି ବୁଣାକାରମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।