ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ ଗୋପାଳ: ବିଜୟ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ତର ତଦନ୍ତ ଚାଲିଥିବା ବେଳେ ଶୁକ୍ରବାର ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ଗୋପାଳ ବୁର୍ଲା ମେଡିକାଲ କଲେଜରେ ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ମାନସିକ ସମସ୍ୟା ନେଇ କୌଣସି ପ୍ରମାଣ ନାହିଁ। ପୋଲିସର ତଦନ୍ତ କେବଳ ଗୋପାଳର ଆଖ ପାଖରେ ଘୁରି ବୁଲୁଛି। ଏହା ଆଗକୁ ଯାଇ ପାରୁ ନ ଥିବା ସେ ଅଭିଯୋଗ ଆଣିଛନ୍ତି।