Categories: ଜାତୀୟ

ଭାରତରେ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ ପାଇଁ ୭.୫ କୋଟି ଡଲାର ସହାୟତା ଦେବ ଗୁଗଲ୍‌

ନୂଆଦିଲ୍ଲୀ,୨୦।୧୨: ଭାରତକୁ ଏକ ପ୍ରମୁଖ ରପ୍ତାନି ଅର୍ଥନୀତି ଭାବରେ ବର୍ଣ୍ଣନା କରିଛନ୍ତି ଗୁଗଲର ସିଇଓ ସୁନ୍ଦର ପିଚାଇ। ସେ କହିଛନ୍ତି, ଗୁଗଲ ଏଠାରେ ୧୦୦ରୁ ଅଧିକ ଭାରତୀୟ ଭାଷାଗୁଡିକ ପାଇଁ ଗୋଟିଏ ଇଣ୍ଟରନେଟ୍‌ ସର୍ଚ୍ଚ ମଡେଲ୍‌ ବିକଶିତ କରୁଛି ଏବଂ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ କମ୍ପାନୀଗୁଡିକୁ ଗୁଗ୍‌ଲ ୭.୫ କୋଟି ଡଲାରର ସହାୟତା ଦେବ।
ଭାରତ ଗସ୍ତରେ ଆସିଥିବା ପିଚାଇ ଏଠାରେ ଆୟୋଜିତ ହୋଇଥିବା ‘ଗୁଗ୍‌ଲ ଫର୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ଗୁଗ୍‌ଲ ଭାରତରୁ ବ୍ୟବସାୟ କରୁଥିବା ଷ୍ଟାର୍ଟଅପ ଉପରେ ଧ୍ୟାନ ଦେଉଛି। ଏହି ନୂତନ କମ୍ପାନୀଗୁଡିକ ପାଇଁ ୩୦୦ ମିଲିୟନ ଡଲାରର ଅର୍ଥ ମଧ୍ୟରୁ ଏକ ଚତୁର୍ଥାଂଶ ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପରେ ବିନିଯୋଗ ହେବ। ଗୁଗ୍‌ଲ ଭାରତରେ ଛୋଟ ବ୍ୟବସାୟକୁ ସମର୍ଥନ କରିବ। ତାଙ୍କର ଗସ୍ତର ପ୍ରଥମ ଦିନରେ ସେ ଟେଲିକମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।

Share