କଣ୍ଟେଣ୍ଟ ପାଇଁ ନ୍ୟୁଜ ସଂସ୍ଥାଙ୍କୁ ୬୧୨କୋଟି ଟଙ୍କା ଦେବ ଗୁଗଲ

ଅଟାଓ୍ବା,୩୦।୧୧: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ ପକ୍ଷରୁ ବିଭିନ୍ନ ନ୍ୟୁଜ ପ୍ଲାଟଫର୍ମର କଣ୍ଟେଣ୍ଟକୁ ୟଜର୍ସଙ୍କ ସର୍ଚ୍ଚ ଇଞ୍ଜିନରେ ଗୋଟିଏ ପରେ ଗୋଟିଏ ପବ୍ଲିଶ କରାଯାଇଥାଏ। ତେବେ ଏନେଇ ଗୁଗଲକୁ ଦାବି କରାଯାଉଛି କି, ନ୍ୟୁଜ ପବ୍ଲିଶ ପାଇଁ ଗୁଗଲ ପବ୍ଲିଶର୍ସ ଓ ନ୍ୟୁଜ ସଂସ୍ଥାଙ୍କୁ କିଛି ପେମେଣ୍ଟ କରୁ। ଅନେକ ଦେଶରେ ଗୁଗଲ କିଛି ସଂସ୍ଥାଙ୍କୁ ଏଥିପାଇଁ ପେମେଣ୍ଟ କରୁଛି। ଏବେ ଏଥିରେ ସାମିଲ ହୋଇଛି କାନାଡା। ବର୍ତ୍ତମାନ ଗୁଗଲ ପକ୍ଷରୁ କାନାଡାର ମିଡିଆ ସଂସ୍ଥାଙ୍କୁ ବଡ ଆକାରର ଟଙ୍କା ପୈଠ କରାଯିବ।

କାନାଡା ସରକାରଙ୍କ ସହ ହୋଇଥିବା ଚୁକ୍ତିନୁସାରେ ଗୁଗଲ ନ୍ୟୁଜ ସଂସ୍ଥା, ଇଣ୍ଡିପେଣ୍ଡେଣ୍ଟ ଆଉଟଲେଟ, ମଲ୍ଟିଲାଙ୍ଗୁଏଜ ମିଡିଆ ଓ ଇଣ୍ଡିଜନସ ମିଡିଆଙ୍କୁ ପ୍ରତିବର୍ଷ ୭.୩୫କୋଟି ଆମେରିକା ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୬୧୨କୋଟି ପେମେଣ୍ଟ କରିବ।

Share