Categories: ଜାତୀୟ

୧୨ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆଲ୍‌ଫାବେଟ୍‌

ନୂଆଦିଲ୍ଲୀ,୨୦।୧: ବର୍ତ୍ତମାନ ସମୟରେ ଟେକ୍ନୋଲୋଜି କ୍ଷେତ୍ରର ଅନେକ ବଡ଼ କମ୍ପାନୀ ଛଟେଇ କରୁଛନ୍ତି। ଏହି କ୍ରମରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍‌ ବିଶ୍ୱବ୍ୟାପି ଏହାର ୧୨ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏନେଇ ଗୁଗୁଲ ସିଇଓ ଷ୍ଟକ୍‌ ମେମୋରେ ସୂଚନା ଦେଇଛନ୍ତି। ଏହି ଛଟେଇ ଦ୍ୱାରା ସମଗ୍ର ବିଶ୍ୱରେ ଥିବା ଗୁଗୁଲର କର୍ମଚାରୀ ପ୍ରଭାବିତ ହେବେ। ହେଲେ ଆମେରିକାରେ ଥିବା କମ୍ପାନୀର କର୍ମଚାରୀଙ୍କ ଉପରେ ତୁରନ୍ତ ପ୍ର୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। ତେବେ ଦୁଇ ଦିନ ପୂର୍ବେ ମାଇକ୍ରୋସଫ୍ଟ ୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଥିବା ନେଇ ଘୋଷଣା କରିଥିଲା।

Share