Categories: ଫୁରସତ

ଗୁଗୁଲ ମ୍ୟାପ୍‌ରେ ସ୍ତ୍ରୀଙ୍କୁ ଅନ୍ୟଜଣଙ୍କ ସହ ଦେଖିଲେ ସ୍ବାମୀ, ନେଲେ ଏଭଳି ଚରମ ନିଷ୍ପତ୍ତି..

ଗୁଗୁଲ ମ୍ୟାପ୍‌ ବ୍ୟବହାର କରି ବିଶ୍ୱର କୌଣସି ସ୍ଥାନ ନଚେତ ଗନ୍ତବ୍ୟ ସ୍ଥଳ ବିଷୟରେ ସବିଶେଷ ତଥ୍ୟ ହାସଲ କରିହୁଏ। ହେଲେ ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ ଦୁଃଖ ଆଣି ଦେଇଛି। କାରଣ ଗୁଗୁଲ୍‌ ମ୍ୟାପ୍‌ରୁ ହିଁ ସେ ତାଙ୍କ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। ପର ପୁରୁଷ ଲାଗି ସ୍ତ୍ରୀ ତାଙ୍କ ସହ ବିଶ୍ୱାସଘାତକତା କରୁଥିଲେ। ଏହାପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା। ଶେଷରେ ଏହା ଛାଡ଼ପତ୍ରରେ ଶେଷ ହୋଇଛି।

ଘଟଣାଟି ପେରୁର। ରାଜଧାନୀ ଲିମାରେ ଥିବା ଏକ ଲୋକପ୍ରିୟ ପୁଲ୍‌ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଉକ୍ତ ବ୍ୟକ୍ତି ପାଖ ରାସ୍ତା ଦେଖୁଥିଲଲେ। ଏଥିପାଇଁ ସେ ଗୁଗୁଲ ମ୍ୟାପ୍‌ ଖୋଲିଥିଲେ। ରାସ୍ତାକୁ ଭଲ ଭାବେ ଦେଖୁଥିବା ବେଳେ ଗୁଗୁଲ ଷ୍ଟ୍ରିଟ୍‌ ଭିୟୁଜ୍‌ ଫଟୋଜ୍‌ରେ ଜଣେ ମହିଳା ପୁରୁଷଙ୍କ ସହ ବସିଥିବା ଦେଖିବାକୁ ପାଇଥିଲେ। ଫଟୋରେ ଯୁବକଜଣଙ୍କ ନୀଳ ରଙ୍ଗର ଜିନ୍ସ, ଧଳା ଶାର୍ଟ ପିନ୍ଧିଥିଲେ। ଫଟୋଟିକୁ ଜୁମ୍‌ କରିବା ପରେ ମହିଳାଜଣଙ୍କ ତାଙ୍କ ସ୍ତ୍ରୀଙ୍କ ଭଳି ଲାଗିଥିଲେ। ପରେ ପିନ୍ଧିଥିବା ପୋଷାକରୁ ସେ ସ୍ପଷ୍ଟ ହୋଇଥିଲେ। ଯୁବକଜଣଙ୍କ ମହିଳାଙ୍କ ପାଖରେ ଶୋଇଥିଲେ। ମହିଳାଜଣଙ୍କ ସ୍ନେହରେ ତାଙ୍କ ମୁଣ୍ଡରେ ହାତ ବୁଲାଉଥିଲେ।

ଏହା ଦେଖି ୨୦୧୩ର ଏକ ଘଟଣା ମନେ ପଡ଼ିଥିଲା। ଯେଉଁଠି ତାଙ୍କ ସ୍ତ୍ରୀ ଠିକ୍‌ ସେହି ଡ୍ରେସ୍‌ ପିନ୍ଧିଥିଲେ। ବ୍ୟକ୍ତିଜଣଙ୍କ ଘରେ ପହଞ୍ଚିବା ପରେ ସ୍ତ୍ରୀଙ୍କୁ ଏ ବିଷୟରେ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ଝଗଡ଼ା ହୋଇଥିଲା। ଏହାପରେ ସ୍ତ୍ରୀ ସତ ମାନିଥିଲେ। ଶେଷରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Share