Posted inଫୁରସତ

ଗୁଗୁଲ ମ୍ୟାପ୍‌ରେ ସ୍ତ୍ରୀଙ୍କୁ ଅନ୍ୟଜଣଙ୍କ ସହ ଦେଖିଲେ ସ୍ବାମୀ, ନେଲେ ଏଭଳି ଚରମ ନିଷ୍ପତ୍ତି..

ଗୁଗୁଲ ମ୍ୟାପ୍‌ ବ୍ୟବହାର କରି ବିଶ୍ୱର କୌଣସି ସ୍ଥାନ ନଚେତ ଗନ୍ତବ୍ୟ ସ୍ଥଳ ବିଷୟରେ ସବିଶେଷ ତଥ୍ୟ ହାସଲ କରିହୁଏ। ହେଲେ ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ ଦୁଃଖ ଆଣି ଦେଇଛି। କାରଣ ଗୁଗୁଲ୍‌ ମ୍ୟାପ୍‌ରୁ ହିଁ ସେ ତାଙ୍କ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। ପର ପୁରୁଷ ଲାଗି ସ୍ତ୍ରୀ ତାଙ୍କ ସହ ବିଶ୍ୱାସଘାତକତା କରୁଥିଲେ। ଏହାପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା। ଶେଷରେ ଏହା ଛାଡ଼ପତ୍ରରେ ଶେଷ ହୋଇଛି।

ଘଟଣାଟି ପେରୁର। ରାଜଧାନୀ ଲିମାରେ ଥିବା ଏକ ଲୋକପ୍ରିୟ ପୁଲ୍‌ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଉକ୍ତ ବ୍ୟକ୍ତି ପାଖ ରାସ୍ତା ଦେଖୁଥିଲଲେ। ଏଥିପାଇଁ ସେ ଗୁଗୁଲ ମ୍ୟାପ୍‌ ଖୋଲିଥିଲେ। ରାସ୍ତାକୁ ଭଲ ଭାବେ ଦେଖୁଥିବା ବେଳେ ଗୁଗୁଲ ଷ୍ଟ୍ରିଟ୍‌ ଭିୟୁଜ୍‌ ଫଟୋଜ୍‌ରେ ଜଣେ ମହିଳା ପୁରୁଷଙ୍କ ସହ ବସିଥିବା ଦେଖିବାକୁ ପାଇଥିଲେ। ଫଟୋରେ ଯୁବକଜଣଙ୍କ ନୀଳ ରଙ୍ଗର ଜିନ୍ସ, ଧଳା ଶାର୍ଟ ପିନ୍ଧିଥିଲେ। ଫଟୋଟିକୁ ଜୁମ୍‌ କରିବା ପରେ ମହିଳାଜଣଙ୍କ ତାଙ୍କ ସ୍ତ୍ରୀଙ୍କ ଭଳି ଲାଗିଥିଲେ। ପରେ ପିନ୍ଧିଥିବା ପୋଷାକରୁ ସେ ସ୍ପଷ୍ଟ ହୋଇଥିଲେ। ଯୁବକଜଣଙ୍କ ମହିଳାଙ୍କ ପାଖରେ ଶୋଇଥିଲେ। ମହିଳାଜଣଙ୍କ ସ୍ନେହରେ ତାଙ୍କ ମୁଣ୍ଡରେ ହାତ ବୁଲାଉଥିଲେ।

ଏହା ଦେଖି ୨୦୧୩ର ଏକ ଘଟଣା ମନେ ପଡ଼ିଥିଲା। ଯେଉଁଠି ତାଙ୍କ ସ୍ତ୍ରୀ ଠିକ୍‌ ସେହି ଡ୍ରେସ୍‌ ପିନ୍ଧିଥିଲେ। ବ୍ୟକ୍ତିଜଣଙ୍କ ଘରେ ପହଞ୍ଚିବା ପରେ ସ୍ତ୍ରୀଙ୍କୁ ଏ ବିଷୟରେ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ଝଗଡ଼ା ହୋଇଥିଲା। ଏହାପରେ ସ୍ତ୍ରୀ ସତ ମାନିଥିଲେ। ଶେଷରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri