Posted inଫୁରସତ

ଗୁଗ୍‌ଲ ମ୍ୟାପ୍‌ ଦେଖି ଚଳାଉଥିଲେ କାର୍‌, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ଗୁଗ୍‌ଲ ମ୍ୟାପ୍‌ ସମସ୍ତଙ୍କର ଆବଶ୍ୟକ ପଡୁଛି। ସହରର ଯେକୌଣସି ସ୍ଥାନକୁ ଯିବା ପାଇଁ ଲୋକମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଏହି ମ୍ୟାପ୍‌ ଦ୍ୱାରା ଆଉ କାହାକୁ ପଚାରିବାର ଆବଶ୍ୟକତା ବା ବାଟ ଖୋଜିବାର ଅସୁବିଧା ହୋଇ ନ ଥାଏ। ଗୁଗ୍‌ଲ ମ୍ୟାପ୍ସ ଜିପିଏସ ଅର୍ଥାତ୍‌ ଗ୍ଲୋବାଲ ପୋଜିସନ ସିଷ୍ଟମ ଉପରେ କାମ କରେ। ସାଟେଲାଇଟ୍‌ ସାହାଯ୍ୟରେ ମାର୍ଗଗୁଡ଼ିକ ଦର୍ଶାଯାଇଛି। କିନ୍ତୁ ବେଳେବେଳେ ଏହି ମ୍ୟାପ୍‌ ମଧ୍ୟ ପ୍ରତାରଣା କରେ ବା ଭୁଲ୍‌ ଦର୍ଶାଇଥାଏ। ଫଳରେ ଲୋକେ ଅସୁବିଧାରେ ପଡ଼ନ୍ତି। ଏହି ଗୁଗ୍‌ଲ ମ୍ୟାପ୍‌ ଦେଖି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ଆମେରିକାର ଫିଲ୍‌ ପ୍ୟାକ୍ସନ ନାମକ ଜଣେ ବ୍ୟକ୍ତି ଝିଅର ଜନ୍ମଦିନ ଉତ୍ସବ ସାରି ଫେରୁଥିଲେ। ବର୍ଷାରେ ସେ ଗାଡ଼ି ଚଳାଇ ଆସୁଥିଲେ। ରାସ୍ତା ପାଇଁ ପାଇଁ ଜିପିଏସ ବ୍ୟବହାର କରୁଥିଲେ। କିନ୍ତୁ ତା’ପରେ ନାଭିଗେସନ ସିଷ୍ଟମ ତାଙ୍କୁ ଭୁଲ ଦିଗକୁ ନେଇଗଲା। କୌଣସି ବ୍ୟାରିକେଡ୍‌ ନ ଥିଲା। ତେଣୁ କାର୍‌ଟି ଭଙ୍ଗା ବ୍ରିଜରୁ ରାତିରେ ଖସିପଡ଼ିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ଏକ ସପ୍ତାହ ପୂର୍ବରୁ ଉତ୍ତର କାରୋଲିନାର ହିକୋରୀ ସହରରେ ଘଟିଥିଲା। ଫିଲ୍‌ଙ୍କ ଶାଶୁ ଲିଣ୍ଡା ମ୍ୟାକପି କୋଏନିଗ ସୋସିଆଲ ମିଡିଆରେ ତାଙ୍କ ପରିବାରକୁ ହୋଇଥିବା କ୍ଷତି ବିଷୟରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଫିଲ୍‌ ଦୁର୍ଘଟଣା ରାତିରେ ଜିପିଏସଠାରୁ ନିର୍ଦ୍ଦେଶ ନେଉଥିଲେ କାରଣ ଏହା ଏକ ଅନ୍ଧକାର ଏବଂ ବର୍ଷା ରାତି ଥିଲା। ନାଭିଗେସନ ସିଷ୍ଟମ ଫିଲ୍‌ଙ୍କୁ ଏକ ବ୍ରିଜକୁ ନେଇ ଯାଇ ଏକ ନଦୀ ଆଡ଼କୁ ଯାଇଥିଲା। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ପୋଲଟି ଭୁଶୁଡ଼ି ପଡ଼ଥିଲା। ସେବେଠାରୁ କୌଣସି ମରାମତି କରାଯାଇ ନ ଥିଲା।

ଲିଣ୍ଡା କହିଛନ୍ତି, ଏହି ପୋଲରେ କୌଣସି ଚିହ୍ନ କିମ୍ବା ସୁରକ୍ଷା ପ୍ରତିବନ୍ଧକ ନ ଥିଲା। ଯାହା ଫିଲ୍‌ଙ୍କୁ ବିପଦ ବିଷୟରେ ଚେତାବନୀ ଦେଇଥାନ୍ତା। ଏମିତି ହୋଇଥିଲେ ଦୁର୍ଘଟଣା ଘଟି ନ ଥାନ୍ତା ବୋଲି ଲିଣ୍ଡା ତାଙ୍କ ପୋଷ୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri