ଗୁଗଲକୁ ପଚରା ଯାଉଛି ଶାରୀରିକ ସମ୍ପର୍କକୁ ନେଇ ଅଧିକ ପ୍ରଶ୍ନ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୪: ଏବେ ସମସ୍ତଙ୍କ ହାତ ପାଆନ୍ତାରେ ଇଣ୍ଟରନେଟ୍‌। କୌଣସି ସମସ୍ୟାରେ ପଡ଼ିଲେ ଅବା ମନରେ କିଛି ପ୍ରଶ୍ନ ଆସିଲେ ତତ୍‌କ୍ଷଣାତ୍‌ ଗୁଗଲକୁ ପ୍ରଶ୍ନ ପଚରା ଯାଉଛି। ଏନେଇ ଟିଭି ବିଜ୍ଞାପନ ସହିତ ବିଭିନ୍ନ ସୋସିଆଲ ମିଡ଼ିଆରେ ଗୁଗଲକୁ ପ୍ରଶ୍ନ ପଚାରିବା ଲାଗି ପ୍ରଚାର କରାଯାଉଛି। କରୋନା ମହାମାରୀ ସଙ୍କଟରେ ଗୁଗଲ ଏବେ ମନରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତରର ଏକ ମାଧ୍ୟମ ପାଲଟିଛି। ଗୁଗଲକୁ ଅଧିକ କେଉଁ ପ୍ରକାର ପ୍ରଶ୍ନ ପଚରା ଯାଇଥାଏ, ସେନେଇ ଏକ ସର୍ଭେ କରାଯାଇଥିଲା। ଜଣାପଡ଼ିଥିଲା ଶାରୀରିକ ସମ୍ପର୍କ ସମ୍ପର୍କିତ ପ୍ରଶ୍ନ ଅଧିକ ସଂଖ୍ୟାରେ ଗୁଗଲକୁ ପଚରା ଯାଇଥାଏ। ଏଭଳି ପ୍ରଶ୍ନ ପଚାରୁଥିବା ୟୁଜରଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଟିନ୍‌ଏଜର ଅଧିକ । ୟୁଜର ପ୍ରାୟତଃ ଶାରୀରିକ ସମ୍ପର୍କ ଯୋଗୁ କାହିଁକି ମନ ଖୁସି ରୁହେ ସେ ପ୍ରଶ୍ନ ଅଧିକ ପଚାରିଥାନ୍ତି। ସେହିପରି ଶାରୀରିକ ସମ୍ପର୍କ ବିଷୟରେ ସ୍ବପ୍ନ ଦେଖିବା ଭଲ ନା ଖରାପ, କେଉଁ ରୋଗ ଏହି ସମ୍ପର୍କ ଦ୍ୱାରା ବ୍ୟାପିଥାଏ, ଅଧିକ ସମୟ ସମ୍ପର୍କ ରକ୍ଷା ପାଇଁ କ’ଣ କରାଯିବା ଆବଶ୍ୟକ, ମାସକୁ ଅବା ସପ୍ତାହରେ ଏଭଳି ସମ୍ପର୍କ କେତେ ଥର ରଖିବା ଉଚିତ, ସମ୍ପର୍କ ସ୍ଥାପନ ସମୟରେ ଯନ୍ତ୍ରଣା ହୁଏକି-ଯଦି ହୁଏ କାହିଁକି ଆଦି ପ୍ରଶ୍ନ ପଚରା ଯାଇଥାଏ ବୋଲି ଗବେଷକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହା ସହିତ ଗର୍ଭଧାରଣରୁ କିପରି ଦୁରେଇ ରହିବେ ଆଦି ପ୍ରଶ୍ନ ୟୁଜର ଗୁଗଲକୁ ପଚାରୁ ଥିବା ସର୍ଭେ ରିପୋର୍ଟ ଦର୍ଶାଯାଇଛି। ଲକ୍‌ଡାଉନ୍‌ ଏବଂ ଶର୍ଟ ଡାଉନ୍‌ ସମୟରେ ଏଭଳି ପ୍ରଶ୍ନ ପଚାରୁଥିବା ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri