Categories: ଖେଳ

ମାତ୍ର ୧୨ ବର୍ଷରେ ଅଲିମ୍ପିକ୍ସରେ ଭାଗ ନେଇଥିଲେ ଏହି ଭାରତୀୟ ମହିଳା, ଡୁଡୁଲ ଜଣାଇଲା ସମ୍ମାନ

ଭାରତୀୟ ସନ୍ତରଣକାରୀ ଆରତି ଶାହାଙ୍କ ୮୦ତମ ଜନ୍ମ ବାର୍ଷିକୀରେ ଗୁଗୁଲ ଏକ ଡୁଡଲ କରି ତାଙ୍କୁ ମନେପକାଇଛି। ଶାହା ସେପ୍ଟେମ୍ବର ୨୪, ୧୯୪୦ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ହୁଗୁଳି ନଦୀ କୂଳରେ ପହଁରିବା ଶିଖିଥିଲେ। ପରେ ସେ ଭାରତର ଅନ୍ୟତମ ପ୍ରତିଯୋଗୀ ସନ୍ତରଣକାରୀ ସଚିନ ନାଗଙ୍କ ତତ୍ତ୍ୱାବଧାନରେ ତାଲିମ ନେଇଥିଲେ। ଶାହା ମାତ୍ର ପାଞ୍ଚ ବର୍ଷ ବୟସରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ୧୧ ବର୍ଷ ବୟସରେ ସେ ଅନେକ ରେକର୍ଡ ଭାଙ୍ଗିଥିଲେ। ୧୨ବର୍ଷ ବୟସରେ ଶାହା ଫିନଲ୍ୟାଣ୍ଡର ରାଜଧାନୀ ହେଲସିଙ୍କିରେ ୧୯୫୨ ଗ୍ରୀଷ୍ମ ଅଲିମ୍ପିକ୍ସରେ ଭାଗ ନେଇଥିଲେ। ଏହି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ପ୍ରଥମ ଭାରତୀୟ ଦଳ ମଧ୍ୟରେ ସେ ଥିଲେ। ୧୮ ବର୍ଷ ବୟସରେ ସେ ଇଂରାଜୀ ଚ୍ୟାନେଲ ପାର ହେବାକୁ ଚେଷ୍ଟା କରିଥିଲେ। ଏକ ବିଫଳ ପ୍ରୟାସ ପରେ, ଶେଷରେ ସେ ଏହି ଯାତ୍ରାରେ ସଫଳ ହୋଇଥିଲେ। ପ୍ରଥମ ଏସୀୟ ମହିଳା ଭାବେ ସେ ଏହି ଉପଲବ୍ଧି ହାସଲ କରିଥିଲେ। ଗୁରୁବାର ଗୁଗୁଲ ଶାହାଙ୍କୁ ଇଂରାଜୀ ଚ୍ୟାନେଲ ଅତିକ୍ରମ କରିବା ସହିତ କମ୍ପାସ ସହିତ ତାଙ୍କର ଏକ ପେଣ୍ଟିଂ ଚିତ୍ର ଦେଖାଇଥିଲା। ଏହି ପେଣ୍ଟିଂକୁ କୋଲକାତାର କଳାକାର ଲାବଣ୍ୟା ନାଇଡୁ ପ୍ରସ୍ତୁତ କରିଛନ୍ତି।

Share