Categories: ଜାତୀୟ

ଗୁଗଲ ଜିମେଲ୍‌ ସର୍ଭର ଡାଉନ…

ନୂଆଦିଲ୍ଲୀ,୧୦।୧୨ : ଗୁଗଲର ଇ-ମେଲ ସର୍ଭିସ୍‌ ଜିମେଲ୍‌ ସର୍ଭର ଶନିବାର ସନ୍ଧ୍ୟାପରେ ଡାଉନ ହୋଇଥିବା କୁହାଯାଉଛି। ଜିମେଲ ଆପ୍‌ ଏବଂ ଏହାର ଡେସ୍କଟପ୍‌ ଭର୍ସନ ଉଭୟ ଡାଉନ ରହିଛି। ଫଳରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସନ୍ଧ୍ୟାପରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି।

ଫଳରେ ଇ-ମେଲ ପଠାଇବା ଏବଂ ଗ୍ରହଣ କରିବାରେ ଅସୁବିଧା ହେଉଥିବା ୟୁଜର ଅଭିଯୋଗ କରିଥିଲେ।
ସନ୍ଧ୍ୟା ୭ଟାରେ ଏଭଳି ସମସ୍ୟା ଅନୁଭୁତ ହେବାପରେ ୮ଟା ୨୮ରେ ଲଗାତାର ୟୁଜର ଏନେଇ ଅଭିଯୋଗ କରିଥିଲେ।

ପରେ ସର୍ଭର ଡାଉନ ହୋଇଯାଇଥିଲା। ତେବେ ପ୍ରାୟ ଦେଢ଼ଘଣ୍ଟା ପରେ ୯ଟା ୧୨ରେ ଆବଶ୍ୟକ ପଦକ୍ଷେପ ପରେ ଏହା ସ୍ବାଭାବିକ ଭାବେ କାମ କରିବା ଆରମ୍ଭ କରିଥିଲା।

Share