Categories: ଜାତୀୟ

ଗୁଗୁଲର ଭାରତକୁ ଉପହାର: ଏହି ସହରରେ ଖୋଲିବ ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର

ନୂଆଦିଲ୍ଲୀ,୨୪।୬: ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଗୁଜରାଟର ଅନ୍ତର୍ଜାତୀୟ ଫାଇନାନ୍ସ ଟେକ(ଗିଫ୍ଟ) ସିଟିରେ ଏହାର ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର ପ୍ରତିଷ୍ଠା କରିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏହି ଘୋଷଣା କରିଛନ୍ତି। ପିଚାଇ କହିଛନ୍ତି ଯେ, ଆମେ ଗୁଜରାଟର ଗିଫ୍ଟ ସିଟିରେ ଆମର ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର ଖୋଲିବାକୁ ଘୋଷଣା କରୁଛୁ। ଏହା ଭାରତର ଫିଣ୍ଟେକ ନେତୃତ୍ୱକୁ ମଜବୁତ କରିବ, ଯେଉଁଥିରେ ୟୁପିଏ ଏବଂ ଆଧାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ ସେହି ଭିତ୍ତିଭୂମି ଉପରେ ନିର୍ମାଣ କରି ଏହାକୁ ବିଶ୍ୱ ସ୍ତରରେ ନେଇଯିବା। ଗୁଗୁଲ ଖବର ଅନୁଯାୟୀ, ପିଚାଇ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ କମ୍ପାନୀ ୧୦ ବିଲିୟନ ଆମେରିକୀୟ ଡଲାରର ଇଣ୍ଡିଆ ଡିଜିଟାଇଜେଶନ ପାଣ୍ଠି ମାଧ୍ୟମରେ ଭାରତରେ ପୁଞ୍ଜି ବିନିଯୋଗ ଜାରି ରଖିବ।

Share