Posted inଫୁରସତ

ପୁଅକୁ ଫେରାଇ ଆଣିଲା ‘ଗୁଗଲ ଆର୍ଥ’

କାନ୍‌ବେରା: ସୋସିଆଲ ମିଡିଆ ହେଉ ଅବା ଇଣ୍ଟରନେଟ୍‌ ଅନେକଙ୍କୁ ଗୋଟିଏ ଡୋରିରେ ବାନ୍ଧି ରଖିଛି ଏହି ଅତ୍ୟାଧୁନୀକ ନେଟ୍‌ଓ୍ବାର୍କିଂ ସେବା। ବହୁଳ ବ୍ୟବହୃତ ଏହି ସୁବିଧା କିଛି କ୍ଷେତ୍ରରେ ନକାରାତ୍ମକ ପରିଣତି ଦେଉଥିବାବେଳେ ଅନେକଙ୍କ ଜୀବନରେ ଖୁସି ଭରିଛି। ୨୫ ବର୍ଷ ପରେ ନିଜ ଜହିଲା ପୁଅକୁ ଫେରିପାଇଛନ୍ତି ମଧ୍ୟପ୍ରଦେଶ ଖଣ୍ଡଓ୍ବାର କମଳା। ପୁଅକୁ ଭେଟିବା ପରେ କମଳାଙ୍କ ଖୁସି କହିଲେ ନ ସରେ। ଅଷ୍ଟ୍ରେଲିଆର ଜଣେ ସଫଳ ବ୍ୟବସାୟୀ ହେଉଛନ୍ତି ସରୁ ବ୍ରିଅରଲି। ଗୁଗଲ ଆର୍ଥ ସାହାଯ୍ୟରେ ଏବେ ସରୁ ଭାରତରେ ଥିବା ତାଙ୍କ ପରିବାର ନିକଟକୁ ଫେରିଛନ୍ତି।
ଥିଲା ସରୁ, ବଡ଼ ଭାଇଙ୍କ ସହ ଟ୍ରେନ୍‌ରେ ଗୋଟିଏ ବଗିରୁ ଆଉ ଗୋଟିଏ ବଗି ବୁଲି ଭିକ୍ଷାବୃତ୍ତି କରୁଥିଲେ। କେବେ କେମିତି ଗୋଟିଏ ଦିନ ପେଟପୁରା ଖାଇବା ମିଳିଯାଉଥିଲା ତ ବାକି ଦିନ ସରୁଙ୍କ ଉପାସରେ କଟୁଥିଲା। ଏମିତି ଦିନେ ଟ୍ରେନ୍‌ରେ ବୁଲୁବୁଲୁ ସରୁଙ୍କୁ ନିଦ ହୋଇଯାଇଥିଲା। ପାଖାପାଖି ୧୦ ଘଣ୍ଟା ପରେ ତାଙ୍କ ନିଦ ଦେଖିଲାବେଳେକୁ ସେ ଏକ ଅଜଣା ଜାଗାରେ ପହଞ୍ଚିଯାଇଛନ୍ତି। ମା’ଙ୍କ ପାଖକୁ ଫେରିବା ଲାଗି ଯେତେଚେଷ୍ଟା କରିଥିଲେ ବି ସେ ଫେରିପାରି ନ ଥିଲେ। ସରୁଙ୍କୁ ଏକୁଟିଆ ପାଇ ଜଣେ ବ୍ୟକ୍ତି ତାଙ୍କୁ ବକ୍ରି କରି ଦେଇଥିଲେ। ପରେ ସେ ଏକ ଅର୍ଫାନ୍‌ ହୋମ୍‌ରେ ଆଶ୍ରୟ ନେଇଥିଲେ। ସେଠାରୁ ତାଙ୍କୁ ଜଣେ ଅଷ୍ଟ୍ରେଲୀୟ ନାଗରୀକ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ବିଦେଶ ନେଇଯାଇଥିଲେ। ସରୁ କିନ୍ତୁ ପିଲା ଦିନର କଥା ଓ ନିଜ ପରବାର ଲୋକଙ୍କୁ ଭୁଲିପାରି ନ ଥିଲେ। ସେ ନିଜପ୍ରୀୟଜନମାନଙ୍କ ନିକଟକୁ ଫେରିବାକୁ ସବୁବେଳେ ଚାହୁଁଥିଲେ। ଗଣେଶ ତଲାଇ ଫେସ୍‌ବୁକ୍‌ ଗ୍ରୁପ୍‌ରେ ସେ ଆଡ୍‌ ହେଲେ। ଏହାପରେ ଖଣ୍ଡଓ୍ବା ରେଳଷ୍ଟେଶନ୍‌କୁ ଗଗୁଲ ଆର୍ଥ ଜରିଆରେ ଖୋଜିବା ଆରମ୍ଭ କରିଦେଲେ। ନିଜ ଗାଁର ନାଁ ମନେ ନ ଥିବାବେଳେ ଏହି ଆପ୍‌ ତାଙ୍କୁ ବହୁତ ସାହାଯ୍ୟ କରିଥିଲା। ପିଲାଦିନର ସ୍ମୃତିକୁ ସେ ଏହି ଆପ୍‌ରେ ଖୋଜିବାକୁ ଲାଗିଲେ। ବହୁ ଖୋଜାଖୋଜି ପରେ ସରୁ ନିଜ ଘର ଠିକଣା ପାଇଲେ। ଏହାପରେ ସେ ଅଷ୍ଟ୍ରେଲିଆରୁ ଆସି ନିଜ ଜନ୍ମକଲା ମା’ କମଳାଙ୍କ ନିକଟରେ ପହଞ୍ଚିଛନ୍ତି। ପ୍ରିୟଜନଙ୍କୁ ପାଇ ସେ ବେଶ୍‌ ଖୁସି ଥିବା କହିଛନ୍ତି। ତେବେ ନିଜ ଜୀବନୀକୁ ନେଇ ସରୁ ଆଗାମୀ ଦିନରେ ଏକ ଫିଲ୍ମ ତିଆରି କରିବାର ଯୋଜନା ରଖିଛନ୍ତି। ଏହି ଅବସରରେ କମଳା କହିଛନ୍ତି, ଦିନେ ସାନ ପୁଅ ସରୁ ଘରକୁ ଫେରିବ ବୋଲି ତାଙ୍କ ଆଶା ମଉଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri