Posted inଫୁରସତ

ପୁଅକୁ ଫେରାଇ ଆଣିଲା ‘ଗୁଗଲ ଆର୍ଥ’

କାନ୍‌ବେରା: ସୋସିଆଲ ମିଡିଆ ହେଉ ଅବା ଇଣ୍ଟରନେଟ୍‌ ଅନେକଙ୍କୁ ଗୋଟିଏ ଡୋରିରେ ବାନ୍ଧି ରଖିଛି ଏହି ଅତ୍ୟାଧୁନୀକ ନେଟ୍‌ଓ୍ବାର୍କିଂ ସେବା। ବହୁଳ ବ୍ୟବହୃତ ଏହି ସୁବିଧା କିଛି କ୍ଷେତ୍ରରେ ନକାରାତ୍ମକ ପରିଣତି ଦେଉଥିବାବେଳେ ଅନେକଙ୍କ ଜୀବନରେ ଖୁସି ଭରିଛି। ୨୫ ବର୍ଷ ପରେ ନିଜ ଜହିଲା ପୁଅକୁ ଫେରିପାଇଛନ୍ତି ମଧ୍ୟପ୍ରଦେଶ ଖଣ୍ଡଓ୍ବାର କମଳା। ପୁଅକୁ ଭେଟିବା ପରେ କମଳାଙ୍କ ଖୁସି କହିଲେ ନ ସରେ। ଅଷ୍ଟ୍ରେଲିଆର ଜଣେ ସଫଳ ବ୍ୟବସାୟୀ ହେଉଛନ୍ତି ସରୁ ବ୍ରିଅରଲି। ଗୁଗଲ ଆର୍ଥ ସାହାଯ୍ୟରେ ଏବେ ସରୁ ଭାରତରେ ଥିବା ତାଙ୍କ ପରିବାର ନିକଟକୁ ଫେରିଛନ୍ତି।
ଥିଲା ସରୁ, ବଡ଼ ଭାଇଙ୍କ ସହ ଟ୍ରେନ୍‌ରେ ଗୋଟିଏ ବଗିରୁ ଆଉ ଗୋଟିଏ ବଗି ବୁଲି ଭିକ୍ଷାବୃତ୍ତି କରୁଥିଲେ। କେବେ କେମିତି ଗୋଟିଏ ଦିନ ପେଟପୁରା ଖାଇବା ମିଳିଯାଉଥିଲା ତ ବାକି ଦିନ ସରୁଙ୍କ ଉପାସରେ କଟୁଥିଲା। ଏମିତି ଦିନେ ଟ୍ରେନ୍‌ରେ ବୁଲୁବୁଲୁ ସରୁଙ୍କୁ ନିଦ ହୋଇଯାଇଥିଲା। ପାଖାପାଖି ୧୦ ଘଣ୍ଟା ପରେ ତାଙ୍କ ନିଦ ଦେଖିଲାବେଳେକୁ ସେ ଏକ ଅଜଣା ଜାଗାରେ ପହଞ୍ଚିଯାଇଛନ୍ତି। ମା’ଙ୍କ ପାଖକୁ ଫେରିବା ଲାଗି ଯେତେଚେଷ୍ଟା କରିଥିଲେ ବି ସେ ଫେରିପାରି ନ ଥିଲେ। ସରୁଙ୍କୁ ଏକୁଟିଆ ପାଇ ଜଣେ ବ୍ୟକ୍ତି ତାଙ୍କୁ ବକ୍ରି କରି ଦେଇଥିଲେ। ପରେ ସେ ଏକ ଅର୍ଫାନ୍‌ ହୋମ୍‌ରେ ଆଶ୍ରୟ ନେଇଥିଲେ। ସେଠାରୁ ତାଙ୍କୁ ଜଣେ ଅଷ୍ଟ୍ରେଲୀୟ ନାଗରୀକ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ବିଦେଶ ନେଇଯାଇଥିଲେ। ସରୁ କିନ୍ତୁ ପିଲା ଦିନର କଥା ଓ ନିଜ ପରବାର ଲୋକଙ୍କୁ ଭୁଲିପାରି ନ ଥିଲେ। ସେ ନିଜପ୍ରୀୟଜନମାନଙ୍କ ନିକଟକୁ ଫେରିବାକୁ ସବୁବେଳେ ଚାହୁଁଥିଲେ। ଗଣେଶ ତଲାଇ ଫେସ୍‌ବୁକ୍‌ ଗ୍ରୁପ୍‌ରେ ସେ ଆଡ୍‌ ହେଲେ। ଏହାପରେ ଖଣ୍ଡଓ୍ବା ରେଳଷ୍ଟେଶନ୍‌କୁ ଗଗୁଲ ଆର୍ଥ ଜରିଆରେ ଖୋଜିବା ଆରମ୍ଭ କରିଦେଲେ। ନିଜ ଗାଁର ନାଁ ମନେ ନ ଥିବାବେଳେ ଏହି ଆପ୍‌ ତାଙ୍କୁ ବହୁତ ସାହାଯ୍ୟ କରିଥିଲା। ପିଲାଦିନର ସ୍ମୃତିକୁ ସେ ଏହି ଆପ୍‌ରେ ଖୋଜିବାକୁ ଲାଗିଲେ। ବହୁ ଖୋଜାଖୋଜି ପରେ ସରୁ ନିଜ ଘର ଠିକଣା ପାଇଲେ। ଏହାପରେ ସେ ଅଷ୍ଟ୍ରେଲିଆରୁ ଆସି ନିଜ ଜନ୍ମକଲା ମା’ କମଳାଙ୍କ ନିକଟରେ ପହଞ୍ଚିଛନ୍ତି। ପ୍ରିୟଜନଙ୍କୁ ପାଇ ସେ ବେଶ୍‌ ଖୁସି ଥିବା କହିଛନ୍ତି। ତେବେ ନିଜ ଜୀବନୀକୁ ନେଇ ସରୁ ଆଗାମୀ ଦିନରେ ଏକ ଫିଲ୍ମ ତିଆରି କରିବାର ଯୋଜନା ରଖିଛନ୍ତି। ଏହି ଅବସରରେ କମଳା କହିଛନ୍ତି, ଦିନେ ସାନ ପୁଅ ସରୁ ଘରକୁ ଫେରିବ ବୋଲି ତାଙ୍କ ଆଶା ମଉଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri