ଭାରତୀୟ ଅଲମ୍ପିକ୍‌ ପଦକ ବିଜେତା କେଡି ଯାଦବଙ୍କୁ ମନେ ପକାଇଲା ଗୁଗଲ୍‌

ଭାରତୀୟ ଭେଟେରାନ ରେସଲର ଖାଶାବା ଦାଦାସାହେବ ଯାଦବଙ୍କ ୯୭ତମ ଜନ୍ମ ବାର୍ଷିକୀ॥ ଏହି ଅବସରରେ, ସର୍ଚ୍ଚ ଇଞ୍ଜିନ ଗୁଗଲ ଏକ ବିଶେଷ ଡୁଡଲ ତିଆରି କରି ତାଙ୍କର ଅବଦାନକୁ ମନେ ପକାଇଛି। ଗୁଗଲ ସମୟ ସମୟରେ ବଡ ବ୍ୟକ୍ତିତ୍ୱଙ୍କୁ ମନେ ରଖିବା ଏବଂ ପ୍ରମୁଖ ଘଟଣାଗୁଡ଼ିକୁ ସ୍ମରଣୀୟ କରିବା ପାଇଁ ଡୁଡଲ୍ସ ତିଆରି କରେ। ସ୍ବାଧୀନତା ପରେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ପଦକ ଜିତିଥିବା ଖାଶାବା ଦାଦାସାହେବ ଯାଦବ ପ୍ରଥମ ଆଥଲେଟ ଥିଲେ।
କେ.ଡି ଯାଦବ ୧୫ ଜାନୁଆରୀ ୧୯୨୬ରେ ମହାରାଷ୍ଟ୍ରର ଗୋଲେଶ୍ୱର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କେଡି ଯାଦବଙ୍କୁ ଦୁନିଆର ସବୁଠୁ ବଡ କୁସ୍ତି ଖେଳାଳିମାନେ ତାଙ୍କୁ ଭୟ କରୁଥିଲେ। ହେଲସିଙ୍କିରେ ୧୯୫୨ ଗ୍ରୀଷ୍ମ ଅଲିମ୍ପିକ୍ସରେ କେ.ଡି ଯାଦବ ପଦକ ଜିତିଥିଲେ। ଯାଦବ ବ୍ରୋଞ୍ଜ ପଦକ ପାଇବା ପାଇଁ ଜର୍ମାନୀ, ମେକ୍ସିକୋ ଏବଂ କାନାଡାର ଖେଳାଳିଙ୍କୁ ପରାସ୍ତ କରିଥିଲେ।

Share