Posted inଖେଳ

ବୈଭବଙ୍କୁ ପ୍ରଶଂସାରେ ପୋତିଲେ Google ସିଇଓ, ୧୪ ବର୍ଷରେ ଡେବ୍ୟୁ ଦେଖି…

ନୂଆଦିଲ୍ଲୀ,୨୦।୪: ରାଜସ୍ଥାନ ରୟାଲ୍ସ (RR)ର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସରେ  ଡେବ୍ୟୁ କରି ଇଣ୍ଡିଆନ ପ୍ରିମିୟର ଲିଗ (IPL) ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି। ବୈଭବ ମାତ୍ର ୧୪ ବଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ବିପକ୍ଷରେ ଡେବ୍ୟୁ କରିଥିଲେ। ହେଲେ ମଇଦାନରେ ତାଙ୍କର ବ୍ୟାଟିଂ ଅନେକଙ୍କୁ ଚକିତ କରିଥିଲା।
ଏହି କ୍ରମରେ ବୈଭବଙ୍କ ଡେବ୍ୟୁକୁ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଦେଖିବା ପରେ ତାଙ୍କର ବଡ଼ ପ୍ରଶଂସକ ପାଲଟିଛନ୍ତି। ପିଚାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, “ଆଇପିଏଲ୍‌ରେ ଜଣେ ୮ମ ଶ୍ରେଣୀର ପିଲାକୁ ଖେଳୁଥିବାର ଦେଖିବାକୁ ଉଠିଲି! କି ଡେବ୍ୟୁ!”

ତେବେ ବୈଭବ ତାଙ୍କର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ବଲ୍‌ରେ ସେ ଛକା ମାରିଥିଲେ। ପରେ ଏହି ବାମହାତୀ ବ୍ୟାଟସମ୍ୟାନ ମାତ୍ର ୨୦ ବଲ୍‌ରେ ୩୪ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯେଉଁଥିରେ ୩ ଛକା ଏବଂ ୨ଟି ଚୌକା ସାମିଲ ଥିଲା। IPL ୨୦୨୫ ମେଗା ନିଲାମରେ RR ବୈଭବଙ୍କୁ ୧.୧୦ କୋଟି ଟଙ୍କାରେ କିଣିଥିଲା। ହେଲେ ଏବେ ପ୍ରଦର୍ଶନକୁ ଦେଖି ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ଦଳରେ ତାଙ୍କର ସ୍ଥାନ ବଜାୟ ରହିପାରେ ବୋଲି କୁହାଯାଉଛି।
ତେବେ ଆଇପିଏଲ୍‌ରେ ଦଳର ପ୍ରଦର୍ଶନ ଦେଖିଲେ ରିଷଭ ପନ୍ତଙ୍କ ଅଧିନାୟକତ୍ୱରେ LSG ୮ ମ୍ୟାଚ୍‌ ରୁ ୫ ବିଜୟ ସହିତ ଚତୁର୍ଥ ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ, RR ଏହି ସିଜିନରେ ସଂଘର୍ଷ କରୁଛି ଏବଂ ୮ ମ୍ୟାଚ୍‌ରୁ ମାତ୍ର ୨ ବିଜୟ ସହିତ ୮ମ ସ୍ଥାନରେ ରହିଛି। ସେମାନଙ୍କର ବିଜୟ ସଂଖ୍ୟା ତଳ ସ୍ଥାନରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହ ସମାନ କିନ୍ତୁ ଭଲ ନେଟ ରନ ରେଟ ଯୋଗୁଁ ସେମାନେ ଉପରେ ଅଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri