Categories: ଜାତୀୟ

ପଦ୍ମଭୂଷଣ ମିଳିବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୁଗଲ ସିଇଓ

ନୂଆଦିଲ୍ଲୀ,୧୯।୧୨: ଗୁଗୁଲ ସିଇଓ ସୁନ୍ଦର ପିଚାଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମୋଦିଙ୍କୁ ଭେଟିବା ପରେ ସୁନ୍ଦର ପିଚାଇ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ମିଶନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦ୍ରୁତ ଗତିରେ ବୈଷୟିକ ପରିବର୍ତ୍ତନ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ସେ ଟୁଇଟରେ ଉଲ୍ଲେଖ କରିଛନ୍ତି। ଚଳିତ ବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଥିବା ବେଳେ ଏହାକୁ ସମର୍ଥନ କରିବା ପାଇଁ ଆମେ ସବୁବେଳେ ଅଗ୍ରଣୀ ଏବଂ ଖୋଲା ଇଣ୍ଟରନେଟ ସମର୍ଥନ ଆମର ଦୃଢ଼ ସହଭାଗୀତାକୁ ଜାରି ରଖିବ। ଏଥିପାଇଁ ଆମେ ଏବେଠାରୁ ତତ୍ପର ଅଛୁ ବୋଲି ଗୁଗଲ ସିଇଓ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀ ୨୫ରେ ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯିବାକୁ ଘୋଷଣା କରାଯାଇଥିବା ବେଳେ କିଛି ଦିନ ପୂର୍ବରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତେବେ ପଦ୍ମଭୂଷଣ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହା ହେଉଛି ସୁନ୍ଦର ପିଚାଇଙ୍କର ପ୍ରଥମ ସାକ୍ଷାତକାର।

Share