ଗୁଡ୍‌ସ ସେଡ୍‌ ସ୍ଥାନାନ୍ତର ହେବ

ଯାଜପୁର ଅଫିସ,୧୫ା୩ : ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ଦ୍ୱିତୀୟ ପରାମର୍ଶଦାତା କମିଟି ବୈଠକରେ କେତେକ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଏଥିରେ ସହର ମଝିରେ ଥିବା ଅତି ପ୍ରଦୂଷଣ ସୃଷ୍ଟିକାରୀ ଗୁଡ୍‌ସ ସେଡ୍‌କୁ ବ୍ୟାସ ସରୋବର ନିକଟକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି। ଏହାବାଦ୍‌ କେନ୍ଦୁଝର-ଖୋର୍ଦ୍ଧା ରୋଡ ମେମୁ ଟ୍ରେନକୁ ସମ୍ପ୍ରସାରଣ, ନୂତନ ପାଦଚଲା ବ୍ରିଜରେ ଲିଫ୍ଟ ଏବଂ ବୈଦ୍ୟୁତିକ ସିଡି ସ୍ଥାପନ, ଦ୍ରୁତଗ୍ରାମୀ ଟ୍ରେନ ରହଣୀ ଇତ୍ୟାଦି ରହିଛି। ଏହାସହ ଗତ ବୈଠକର ପ୍ରସ୍ତାବଗୁଡିକ ଉପରେ ଆଲୋଚନା ହୋଇଛି। ଏହାବାଦ୍‌ ଅମୃତ ଭାରତ ଯୋଜନାରେ ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ସର୍ବାଙ୍ଗୀନ ବିକାଶ ହେବ ବୋଲି ବୈଠକରେ ସୂଚନା ମିଳିଥିଲା।
ଏସିଆ ମହାଦେଶର ଷ୍ଟିଲ ହବ୍‌ ଭାବେ ପରିଚିତ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନ ସବୁ କ୍ଷେତ୍ରରେ ଅବହେଳିତ। ୧୨୭ ବର୍ଷ ପୁରୁଣା ଏହି ଷ୍ଟେଶନରେ ଏବେ ବି ହମସଫର, ଦୁରନ୍ତ, ରାଜଧାନୀ ଆଦି ସୁପରଫାଷ୍ଟ ଓ ସ୍ପେଶିଆଲ ଟ୍ରେନ ରହଣୀ ନ ଥିବାରୁ ଚାକରିଆ, ଛାତ୍ରୀଛାତ୍ର, ବ୍ୟବସାୟୀ, ରୋଗୀ, ଶିଳ୍ପ କାରଖାନା କର୍ମଚାରୀ ପ୍ରମୁଖ ରେଳସେବାରୁ ବଞ୍ଚିତ ରହୁଛନ୍ତି। ଉପରୋକ୍ତ ସମସ୍ତ ଦ୍ରୁତଗାମୀ ଟ୍ରେନ ସେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବାଧ୍ୟ ହୋଇ କଟକ, ଭୁବନେଶ୍ୱର ଓ ଭ୍ରଦକ ଷ୍ଟେଶନ ଉପରେ ନିର୍ଭର କରୁଛନ୍ତି। ତେଣୁ ଏହି ଷ୍ଟେଶନ ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରେନ ରହଣୀ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏଥିପାଇଁ ଅଞ୍ଚଳର ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସାଧାରଣ ନାଗରିକ ପ୍ରମୁଖ ହଜାରରୁ ଊର୍ଦ୍ଧ୍ୱ ଦସ୍ତଖତ ଅଭିଯାନରେ ସାମିଲ ହୋଇଛନ୍ତି। ଏହି ଦାବିପତ୍ରକୁ ଆଗାମୀ ଦିନରେ ରେଳ ମନ୍ତ୍ରୀଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଦାବିପତ୍ରରେ ଏହି ଷ୍ଟେଶନର ନାମକରଣ ଯାଜପୁର-କେନ୍ଦୁଝର ରୋଡ ଥିବାବେଳେ ଏଠାରୁ କେନ୍ଦୁଝର ଜିଲାକୁ ଗୋଟିଏ ବି ଟ୍ରେନ ଚଳାଚଳ କରୁନାହିଁ। ପ୍ରଧାନମନ୍ତ୍ରୀ ଭାରତରେ ବୁଲେଟ୍‌ ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଥିବାବେଳେ ଅଧିକ ରାଜସ୍ବ ଆଦାୟ ହେଉଥିବା ଏହି ରେଳଷ୍ଟେଶନକୁ ସଦାସର୍ବଦା ଅଣଦେଖା କରାଯାଉଛି।
ସୂଚନା ଅଧିକାର ଆଇନ (ଆରଟିଆଇ)ବଳରେ ମିଳିଥିବା ତଥ୍ୟ ଅନୁସାରେ ପୂର୍ବତଟ ରେଳପଥ ଜୋନ୍‌ରେ ଗତ ୩ ବର୍ଷରେ ରାଜସ୍ବ ଆଦାୟ ଅନ୍ୟ ଜୋନ ତୁଳନାରେ ସର୍ବାଧିକ। ୨୦୧୯-୨୦ରେ ୧୭,୭୪୬.୫୫ କୋଟି, ୨୦୨୦-୨୧ରେ ୧୭,୪୯୭.୫୦ କୋଟି ଏବଂ ୨୦୨୧-୨୨ରେ ୧୯,୯୭୩.୮୦ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ଅଥଚ ସବୁ ପ୍ରକାର ଭିତ୍ତିଭୂମି ଥାଇ ପୂର୍ବତଟ ରେଳପଥ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ମିଳି ପାରୁନାହିଁ ା ଅନ୍ୟପକ୍ଷେ ସହରର ବାୟୁ ପ୍ରଦୂଷଣର ଖଳନାୟକ ସାଜିଥିବା ଗୁଡ୍‌ସ ସେଡ୍‌କୁ ସ୍ଥାନାନ୍ତର ଦାବି ଗଡି ଚାଲିଛି। ତେଣୁ ମଙ୍ଗଳବାର ବୈଠକରେ ଖୋର୍ଦ୍ଧାରୋଡ ଡିଭିଜନର ଆସିଷ୍ଟାଣ୍ଟ କର୍ମର୍ସ ମ୍ୟାନେଜର ଜ୍ଞାନରଞ୍ଜନ ନାୟକ ଗୁଡ୍‌ସ ସେଡ୍‌ ଖୁବଶୀଘ୍ର ବ୍ୟାସ ସରୋବର ଅଞ୍ଚଳକୁ ସ୍ଥାନାନ୍ତର ହେବ ବୋଲି ସୂଚନା ଦେଇଥିଲେ। ଉକ୍ତ ବୈଠକରେ ରେଳ କର୍ମକର୍ତ୍ତା ସମୀର ରଞ୍ଜନ ସାହୁ, ଚିଫ୍‌ କମର୍ସ ମ୍ୟାନେଜର ସୁଶାନ୍ତ କୁମାର ସାହୁଙ୍କ ସମେତ ପରାମର୍ଶଦାତା କମିଟର ସଭ୍ୟ ଭାଗିରଥି ଆଚାର୍ଯ୍ୟ, ବିଦ୍ୟାଧର ପୋଲାର, ଅକ୍ଷୟ କୁମାର ପଣ୍ଡା, ଏସ. ମଜୁମଦାର ରହମନ, ପବିତ୍ର ମୋହନ ସାହୁ, ବ୍ରଜବନ୍ଧୁ ସୀମାନ୍ତକେଶରୀ ସାମଲ ପ୍ରମୁଖ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri