ଶୀତଳଭଣ୍ଡାରରେ ଗୁଡ୍‌ ସମରିଟାନ ପଲିସି

ନୟାଗଡ଼ ଅଫିସ,୨୫।୧୨(ଲୋକନାଥ ମିଶ୍ର): ଆଖି ଆଗରେ ଦୁର୍ଘଟଣା ଘଟୁଥିବାବେଳେ ଥାନା ଓ କୋର୍ଟର ଭୟ ଥିବାରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାକୁ ଆଗ୍ରହ ଥିଲେ ବି ସହଯୋଗ ମିଳୁନି। ପୁଣି ଗୁଡ୍‌ ସମରିଟାନ ପଲିସିର ସଚେତନତା ନ ଥିବାରୁ ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ସହଯୋଗ କରିବାକୁ ଆନ୍ତରିକତା ଆସୁନି । ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲାରେ ୫ ବର୍ଷରେ ମାତ୍ର ୩୯ଜଣ ଏହି ସହାୟତା ରାଶି ପାଇଛନ୍ତି।
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହଯୋଗ କରିବାକୁ ଦୃଷ୍ଟିରେ ରଖି ୨୦୧୪ରେ ଦେଶରେ ଗୁଡ୍‌ ସମରିଟାନ ପଲିସି ଲାଗୁ କରାଯାଇଛି। ଏହି ପଲିସି ୨୦୧୮ ଫେବୃୟାରୀରୁ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି । ଗୁଡ୍‌ ସମରିଟାନ ପଲିସି ଅନୁଯାୟୀ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଲେ ସହଯୋଗକାରୀ ଗୁଡ୍‌ ସମରିଟାନଙ୍କୁ ୨ ହଜାର ଟଙ୍କା ସହ ପୁରସ୍କୃତ କରାଯିବ। ଭଡ଼ାଗାଡ଼ିରେ ଯଦି ଆହତ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବେ ତାହା ହେଲେ ଗାଡ଼ି ଭଡ଼ା ମଧ୍ୟ ପ୍ରଦାନ କରାଯିବ। ଏଥିପାଇଁ ଗୁଡ୍‌ ସମରିଟାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଥାନାରୁ ପ୍ରମାଣପତ୍ର ଆଣି ଆରଟିଓ କାର୍ଯ୍ୟାଳୟରେ ଦାଖଲ କରିବେ। ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ, କଚେରୀର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ହେଲେ ପ୍ରଚାର ପ୍ରସାର ଅଭାବରୁ ଏ ଦିଗରେ ଆଗଭର ହେଉ ନ ଥିବା ଦେଖିବାକୁ ମିଳିଛି। ଯାହା ନଜିର ନୟାଗଡ଼ ଜିଲାରେ ଦେଖିବାକୁ ମିଳିଛି। ୨୦୨୦ରେ ମାତ୍ର ୭ଜଣ, ୨୦୨୨ରେ ୮ଜଣ, ୨୦୨୩ ଏପ୍ରିଲ ମାସ ସୁଧା୨୪ ଗୁଡ୍‌ ସମରିଟାନ ପୁରସ୍କୃତ ହୋଇଛନ୍ତି। ଅନ୍ୟପକ୍ଷେ ଦୁର୍ଘଟଣାର ପରବର୍ତ୍ତୀ ୧ ଘଣ୍ଟା ସମୟ ଆହତ ବ୍ୟକ୍ତିମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଯଦି ଦୁର୍ଘଟଣାଗସ୍ତ ବ୍ୟକ୍ତି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିପାରନ୍ତି ତା’ହେଲେ ତାଙ୍କ ଜୀବନ ବଞ୍ଚି ଯାଇପାରେ। ଏଣୁ ଗୁଡ୍‌ ସମରିଟାନ ପଲିସି ଉପରେ ଅଧିକ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।
ଅପରପକ୍ଷେ ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି। ଏହା ସାଙ୍ଗକୁ ମୃତକ ଓ ଗୁରୁତରମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଜିଲାରେ ୨୦୧୮ରେ ୧୧୯, ୨୦୧୯ରେ ୧୦୦,୨୦୨୦ରେ ୮୬, ୨୦୨୧ରେ ୭୪, ୨୦୨୨ରେ ୯୫ ଓ ୨୦୨୩ ନଭେମ୍ବର ମାସ ସୁଦ୍ଧା ୮୯ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେବେ ୨୦୨୦ରେ କରୋନା କଟକଣା ସମୟରେ ଶରଣକୁଳରେ ୬ଜଣଙ୍କ ମୃତ୍ୟୁ ସମେତ ୮୬ ଜଣଙ୍କ ମୃତ୍ୟୁ ଜିଲାରେ ଦୁର୍ଘଟଣାର ସ୍ଥିତିକୁ ଦୋହଲାଇ ଦେଇଥିଲା । ଏ ସଂକ୍ରାନ୍ତରେ ଆରଟିଓ ପ୍ରଶାନ୍ତ ପରିଡ଼ା କୁହନ୍ତି, ଗୁଡ୍‌ ସମରିଟାନ ପଲିସି ସରକାରଙ୍କ ଏକ ଭଲ ବ୍ୟବସ୍ଥା । ଦୁର୍ଘଟଣାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସାଳୟରେ ପହଞ୍ଚାଇବା ପାଇଁ ଆଉ ଭୟ ନାହିଁ । ପ୍ରଶାସନ ପକ୍ଷରୁ ଗତ ଏପ୍ରିଲ ଓ ଡିସେମ୍ବର ମାସରେ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରାଯାଇ ସଚେତନତା କରାଯାଇଛି । ୨୦୨୩ ଏପ୍ରିଲ ମାସ ସୁଧା ୨୪ ଗୁଡ୍‌ ସମରିଟାନ ପୁରସ୍କୃତ ହୋଇଛନ୍ତି। ସିଡିଏମ୍‌ଓ ଓ ଏସ୍‌ପିଙ୍କ ରିପୋର୍ଟ ମିଳିଲେ ଯେଉଁମାନେ ସମରିଟାନ ଭାବେ ନାଁ ଆସିବ ସେମାନଙ୍କୁ ପୁଣି ପୁରସ୍କୃତ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri