କେମିତି ଅଛନ୍ତି ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ର ମୁନ୍ନାଭାଇ ସଞ୍ଜୟ ଦତ୍ତ ଏବେ କ୍ୟାନସରରେ ପୀଡ଼ିତ ହୋଇ ଚିକିିତ୍ସିତ ହେଉଥିବା ସମସ୍ତେ ଜାଣନ୍ତି । ହେଲେ ଏବେ ସେ କମେିତି ଅଛନ୍ତି ସେ ସମ୍ପର୍କରେ ହୁଏତ ଅନେକ ଜାଣି ନ ଥିବେ । ତେବେ ତାଙ୍କର ଜଣେ ନିକଟ ସମ୍ପର୍କିୟଙ୍କଠାରୁ ମିଳିଥିବା ଖବର ଅନୁଯାୟୀ ଏହା ସଞ୍ଜୟଙ୍କ ପୟଶଂସକଙ୍କୁ ନିଶ୍ଚିତ ଭାବେ ଖୁସି ଦେବ । କାରଣ ତାଙ୍କ ନିକଟ ସମ୍ପର୍କିୟ କହିଛନ୍ତି ସଞ୍ଜୟ ଖୁବ୍‌ଶୀଘ୍ର କ୍ୟାନସରକୁ ହରାଇବାକୁ ଯାଉଛନ୍ତି । ଏବେ ତାଙ୍କର ଯେଉଁ ଚିକିତ୍ସା ଚାଲିଛି ତାହା ତାଙ୍କ ଉପରେ ଭଲ କାମ କରୁଛି । ତେଣୁ ସେ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେବେ । ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ପ୍ରଥମ ସପ୍ତାହରେ ସଞ୍ଜୟ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ଥିବା ଜଣାପଡିଥିଲା । ଏହାପରେ ମୁମ୍ବାଇରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । କେମୋଥେରାପି ପରେ ସେ ବିଦେଶରେ ଥିବା ପିଲାମାନଙ୍କ ପାଖକୁ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ବୁଲିବାକୁ ଯାଇ ଫେରି ଆସିଥିଲେ । ଆଉ ଏବେ ପୁଣିଥରେ ମୁମ୍ବାଇରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଅନୁଭବ କରୁଛନ୍‌ି ବୋଲି ଜଣାପଡିଛି । ତେଣୁ ମୁନ୍ନାଭାଇ ଯେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ଏହା ଚାହୁଁଛନ୍ତି ତାଙ୍କ ପ୍ରଶଂସକ । ଅବଶ୍ୟ କିଛିଦନ ତଳେ ସଞ୍ଜୟ ଏକ ଭିଡିଓ ମାଧ୍ୟମରେ ଗଣମାଧ୍ୟମକୁ କହିଥିଲେ ଯେ ସେ ସୁସ୍ଥ ଅଛନ୍ତି ତେଣୁ ତାଙ୍କୁ ନେଇ ଏବିତି କିଛି ଖବର ପ୍ରକାଶ ନ କରାଯାଉ ।

Share