ଦିଲ୍ଲୀରୁ ଖୁସି ଖବର, ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଭାକ୍ସିନ୍‌, ଚଳିତ ସପ୍ତାହରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସର୍ବାଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ସେହିପରି ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ତୃତୀୟ ଲହରରେ ଛୋଟପିଲାଙ୍କ ପ୍ରତି ବିପଦ ରହିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଖୁବ୍‌ ଶୀଘ୍ର ଭାକ୍ସିନ୍‌ ଦିଆଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ ଜାଇଡସ୍‌ କାଡିଲାର ଡିଏନ୍‌ଏ ଆଧାରିକ ଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲ୍‌ ରିପୋର୍ଟକୁ ସରକାର ଅପେକ୍ଷା କରିଛନ୍ତି। କାଡିଲାର ଭାକ୍ସିନ୍‌ ଜାୟକଭ୍‌-ଡିକୁ ମଞ୍ଜୁରୀ ନେଇ ସରକାର ଭାକ୍ସିନ୍‌ ବିଶେଷଜ୍ଞ କମିଟିର ମତାମତକୁ ଅପେକ୍ଷା କରିଛନ୍ତି। ଜୁଲାଇ ୧ରେ ଏହି ଭାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏବେ ଏହାର କ୍ଲିନିକାଲ ଟ୍ରାଏଲ୍‌ ଜାରି ରହିଛି। ଏସମ୍ପର୍କିତ ନିଷ୍ପତ୍ତି ଚଳିତ ସପ୍ତାହରେ ଗ୍ରହଣ କରାଯିବାର ସମ୍ଭାବନା ରହିଛି। କାଡିଲାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍‌ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ସେହିପରି ଭାରତ ବାୟାଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ର ପରୀକ୍ଷା ୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ ପ୍ରଦାନ କରିବା ନେଇ ଜାରି ରହିଛି।

Share