ଆମେରିକାରୁ ଖୁସି ଖବର: କାଲିଫର୍ନିଆ ପିଲା ପଢ଼ିବେ ହିନ୍ଦୀ, ସରକାରୀ ସ୍କୁଲରେ ବିଶ୍ୱ ଭାଷାରେ ସାମିଲ…

ଓ୍ବାଶିଂଟନ,୨୦।୧ : ପ୍ରଥମ ଥର ପାଇଁ ଆମେରିକାର ‘ସିଲିକନ ଭ୍ୟାଲି’ ଭାବରେ ଜଣାଶୁଣା କାଲିଫର୍ନିଆର ଦୁଇଟି ସରକାରୀ ବିଦ୍ୟାଳୟ ସେମାନଙ୍କ ପାଠ୍ୟକ୍ରମରେ ହିନ୍ଦୀକୁ ବିଶ୍ୱ ଭାଷା ଭାବରେ ଅନ୍ତର୍ଭୁକ୍ତ କରିବାକୁ ଯାଉଛନ୍ତି। ଏହା ପରେ, ଛାତ୍ରୀଛାତ୍ରମାନେ ଇଚ୍ଛାଧୀନ ବିଷୟଗୁଡ଼ିକରେ ହିନ୍ଦୀର ବିକଳ୍ପ ମଧ୍ୟ ପାଇବେ।

ଫ୍ରେମଣ୍ଟରେ ରହୁଥିବା ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଏହି ସମ୍ପ୍ରଦାୟ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ବିଦ୍ୟାଳୟରେ ସେମାନଙ୍କ ପିଲାମାନଙ୍କୁ ମଧ୍ୟ ହିନ୍ଦୀ ଶିକ୍ଷା ଦିଆଯାଉ। ସୂଚନାଯୋଗ୍ୟ ଫ୍ରେମଣ୍ଟ ହେଉଛି କାଲିଫର୍ନିଆର କ୍ଷେତ୍ର ଯେଉଁଠାରେ ଭାରତୀୟ-ଆମେରିକୀୟ ନାଗରିକଙ୍କ ଉପସ୍ଥିତି ସର୍ବାଧିକ।

ଜାନୁଆରୀ ୧୭ରେ, ଫ୍ରେମଣ୍ଟ ୟୁନିଫାଏଡ ସ୍କୁଲ ଜିଲା ବୋର୍ଡ ଦୁଇଟି ବିଦ୍ୟାଳୟରେ ଏହି ପ୍ରସଙ୍ଗରେ ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଭୋଟ ଗ୍ରହଣ କରାଯାଇଥିଲା। ଏହି ପ୍ରସ୍ତାବ ୪-୧ ବ୍ୟବଧାନରେ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ଅଗଷ୍ଟରୁ ହନର୍ର୍‌ ମିଡିଲ ସ୍କୁଲ ଏବଂ ଇର୍ଭିଙ୍ଗଟନ ହାଇସ୍କୁଲରେ ୨୦୨୪-୨୫ ଶିକ୍ଷା ବର୍ଷରେ ପାଠ୍ୟକ୍ରମରେ ହିନ୍ଦୀ ମଧ୍ୟ ଅନ୍ତର୍ଭୁକ୍ତ ହେବ।

 

Share