ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଆସିବେ। ସେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ସହ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ। ପରେ କଳିଙ୍ଗ ଷ୍ଟାଡିୟମରୁ ବିଶାଳ ରୋଡ ସୋ’ କରିବେ। ପାଖାପାଖି ୨ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରବା କାର୍ଯ୍ୟକ୍ରମ ରହିଛି। ବୟୋବନ୍ଦନା କାର୍ଡ, ଅନ୍ତ୍ୟୋଦୟ ଘର ବଣ୍ଟନ ମଧ୍ୟ ବାଣ୍ଟିବେ।
ଅନ୍ୟପକ୍ଷେ ଲକ୍ଷପତି ଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି।


