Categories: ଖେଳ

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ସିଡନୀ, ୪।୧୨: ଆୟୋଜକ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ୧-୧ରେ ବରାବର ହୋଇଛି। ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ ଜାନୁଆରୀ ୭ରୁ ସିଡନୀରେ ଖେଳାଯିବ। ଏଥିପାଇଁ ଟିମ ଇଣ୍ଡିଆ ସୋମବାର ଏକ ଚାର୍ଟାର୍ଡ ବିମାନରେ ମେଲବୋର୍ନରୁ ସିଡନୀ ଅଭିମୁଖେ ଯାତ୍ରା କରିବ ଏବଂ ସେଠାରେ ଦୁଇ ଦିନ ଅଭ୍ୟାସ କରିବ। ଏହାପୂର୍ବରୁ ଦଳ ମେଲବୋର୍ନରେ ଅଭ୍ୟାସ କରିଥିଲା। ସିଡନୀ ଯିବା ପୂର୍ବରୁ ଟିମ ଇଣ୍ଡିଆର କରୋନା ପରୀକ୍ଷା କରାଯାଇଥିଲା ଏବଂ ସମସ୍ତ ଭାରତୀୟ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ଭାରତୀୟ ଦଳ ସହିତ ରୋହିତ ଶର୍ମା, ପୃଥ୍ବୀ ଶ’, ଶୁଭମନ ଗିଲ, ନବଦୀପ ସଇନି ଏବଂ ରିଷଭ ପନ୍ତ ମଧ୍ୟ ଯୋଗଦେବେ, କିନ୍ତୁ ସେମାନେ ସାମାଜିକ ଦୂରତା ଅନୁସରଣ କରିବେ। କ୍ରିକେଟ ଅଷ୍ଟ୍ରେଲିଆ ଏହି ଖେଳାଳିଙ୍କ ବିରୋଧରେ ବାୟୋ-ବବଲ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଏହି ଖେଳାଳିମାନେ ମେଲବୋର୍ନର ଏକ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ, ଯେଉଁଠାରେ ସେମାନେ ବାୟୋ-ବବୁଲ ପ୍ରୋଟୋକଲ ଭାଙ୍ଗିଥିବାର ଅଭିଯୋଗ ହୋଇଥିଲା। ତେବେ ବିସିସିଆଇ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛି। ତେବେ କ୍ରିକେଟ ଅଷ୍ଟ୍ରେଲିଆ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଏହି ଖେଳାଳିଙ୍କୁ ଦଳର ଖେଳାଳିଙ୍କଠାରୁ ଅଲଗା ରଖାଯାଇଛି।

Share