Categories: ଖେଳ

ଟି -୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ୟୁଏଇ,୨୯।୯: ଟି -୨୦ ବିଶ୍ୱକପ ୨୦୨୧ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ମିଳିଛି। ଭାରତୀୟ ଦଳର ସବୁଠୁ ବଡ ମ୍ୟାଚ ବିଜେତା କେବଳ ଫର୍ମକୁ ଫେରି ନାହାଁନ୍ତି, ନିଜେ ଦଳକୁ ମ୍ୟାଚ ମଧ୍ୟ ଜିତାଇଛନ୍ତି। ଟି -୨୦ ବିଶ୍ୱକପ ୨୦୨୧ରେ ବହୁତ କମ ସମୟ ବାକି ଅଛି। ୧୭ ଅକ୍ଟୋବରରୁ ଟି -୨୦ ବିଶ୍ୱକପ ଆରମ୍ଭ ହେବ । ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମକୁ ଫେରିଛନ୍ତି। ମଙ୍ଗଳବାର ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଜାବ କିଙ୍ଗସ ବିରୋଧରେ ଜିତାଇଛନ୍ତି।
ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୩୫ ରନ କରିଥିଲେ। ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚାରି ଚୌକା ଓ ଦୁଇଟି ଛକା ସହାୟତାରେ ୩୦ ବଲରୁ ଅପରାଜିତ ୪୦ ରନ ଆଧାରରେ ୧୯ ଓଭରରେ ୧୩୭ ସ୍କୋର କରି ମ୍ୟାଚ ଜିତିଥିଲେ।
ଟି -୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ସବୁଠୁ ବଡ ମ୍ୟାଚ ବିଜେତା ବୋଲି ପ୍ରମାଣ ହୋଇଛନ୍ତି। ଟି-୨୦ ବିଶ୍ୱକପ ୨୦୨୧ ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼ ଭୂମିକା ଗ୍ରହଣ କରିବେ। ତାଙ୍କ ଫର୍ମକୁ ନେଇ ଦଳ ଚିନ୍ତିତ ଥିଲା କିନ୍ତୁ ସେ ଫର୍ମକୁ ଫେରିଥିବାରୁ ଦଳ ପାଇଁ ଖୁସିଖବର ବୋଲି କୁହାଯାଉଛି।

Share